ଏକାଠି ହୋଇ ନିର୍ବାଚନ ଜିତିଲେ ବିଜେପି-କଂଗ୍ରେସ, ତୃତୀୟ ଦଳ ଜଳକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 10, 2020

ଏକାଠି ହୋଇ ନିର୍ବାଚନ ଜିତିଲେ ବିଜେପି-କଂଗ୍ରେସ, ତୃତୀୟ ଦଳ ଜଳକା

ଜୟପୁର: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ପରସ୍ପରର ବିରୋଧୀ କଂଗ୍ରେସ ଓ ବିଜେପି କେମିତି ଏକାଠି ହେଲେ? ବାସ୍ତବରେ ଗୋଟିଏ ଦଳକୁ ହରାଇବା ପାଇଁ ବିଜେପି ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ିଛନ୍ତି। ଏହି ଅପ୍ରତ୍ୟାଶିତ ମେଣ୍ଟ ମଧ୍ୟ ନିର୍ବାଚନରେ ବାଜିମାତ କରିଛି।

ରାଜସ୍ଥାନର ଡୁଙ୍ଗାରପୁର ଜିଲ୍ଲା ପ୍ରମୁଖ ନିର୍ବାଚନ ପାଇଁ ପରସ୍ପର ସହ ହାତ ମିଳାଇଛନ୍ତି କଂଗ୍ରେସ ଓ ବିଜେପି। କଂଗ୍ରେସ ଓ ବିଜେପି ଏକାଠି ହେବାରୁ ସେମାନଙ୍କ ବିରୋଧୀ ଭାରତୀୟ ଟ୍ରାଇବାଲ ପାର୍ଟି(ବିଟିପି) ଜଳକା ହୋଇଛି। ଏହି ଜିଲ୍ଲା ପ୍ରମୁଖ ନିର୍ବାଚନରେ କଂଗ୍ରେସ ସମର୍ଥନ କରିବାରୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟା ଅହରି ବାଜିମାତ କରିଛନ୍ତି।

ଡୁଙ୍ଗାରପୁରର ୨୭ଟି ଜିଲ୍ଲା ପରିଷଦ ଆସନରୁ ବିଟିପି ସମର୍ଥନରେ ୧୩ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେହିପରି ବିଜେପି ୮ଟି ଓ କଂଗ୍ରେସ ୬ଟି ଆସନ ଦଖଲ କରିଥିଲା। ଏଥିରୁ ସ୍ପଷ୍ଟ ହେଉଥିଲା ଯେ କଂଗ୍ରେସର ଗୋଟିଏ ଭୋଟ ସମର୍ଥନରେ ବିଟିପି ପ୍ରାର୍ଥୀ ଜିଲ୍ଲା ବୋର୍ଡର ପ୍ରମୁଖ ଆସନକୁ ନିର୍ବାଚିତ ହେବେ।

ସୂର୍ଯ୍ୟା

ବିଟିପି ପ୍ରଭାତୀ ଦେବୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବିରୋଧରେ ବିଜେପି ସୂର୍ଯ୍ୟାଙ୍କୁ ଟିକେଟ ଦେଇଥିଲା। ସମସ୍ତେ ଜାଣିଥିଲେ ବିଟିପି ଓ କଂଗ୍ରେସ ମିଳିତ ଭାବେ ପ୍ରଭାତୀ ଦେବୀଙ୍କୁ ସମର୍ଥନ କରିବେ। ହେଲେ ଗୁରୁବାର ମଧ୍ୟାହ୍ନରେ କଂଗ୍ରେସ ହଠାତ୍ ସମସ୍ତଙ୍କୁ ଚକିତ କରିବା ଭଳି ନିଷ୍ପତ୍ତି ନେଇଥିଲା।

ବିଟିପି ବଦଳରେ ଦଳ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଥିଲା। ଶେଷରେ ସୂର୍ଯ୍ୟା ବିଜେପିର ୮ଟି ଭୋଟ ଓ କଂଗ୍ରେସର ୬ଟି ଭୋଟକୁ ମିଶାଇ ୧୪ ଜଣ ସଦସ୍ୟଙ୍କ ସମର୍ଥନ ପାଇଥିବା ବେଳେ ପ୍ରଭାତୀ ଦେବୀ କେବଳ ବିଟିପିର ୧୩ଟି ଭୋଟ ପାଇଥିଲେ। ଗୋଟିଏ ଭୋଟରେ ପ୍ରଭାତୀ ଦେବୀ ହାରିବାରୁ ବିଟିପି କ୍ଷୁବ୍ଧ ହୋଇଛି।

ପୂର୍ବରୁ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ସମର୍ଥନ କରୁଥିବା ବିଟିପି ଏବେ ଏହାକୁ ପ୍ରତ୍ୟାହାର କରିନେଇଛି। ରାଜ୍ୟସଭା ନିର୍ବାଚନ ବେଳେ ବିଟିପି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦେଇଥିବା ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା। ରାଜସ୍ଥାନରେ ସୃଷ୍ଟି ହୋଇଥିବା କଂଗ୍ରେସର ସଙ୍କଟ ବେଳେ ବିଟିପି ଗେହଲଟଙ୍କ ସହ ରହିଥିଲା। ହେଲେ ଏବେ କଂଗ୍ରେସର ଆଭିମୁଖ୍ୟ ବିଟିପିକୁ ବ୍ୟଥିତ କରିଛି।

ଏଥିପାଇଁ ଦଳ କଂଗ୍ରେସ ସହ ସବୁ ସମ୍ପର୍କ ତୁଟାଇ ଦେଇଛି। ଦିନକୁ ଦିନ ବିଟିପିର ଲୋକପ୍ରିୟତା ରାଜସ୍ଥାନରେ ବୃଦ୍ଧି ପାଉଛି। ବିଶେଷ କରି ଦକ୍ଷିଣ ରାଜସ୍ଥାନରେ ଦଳ ନିଜର ଦବଦବା ଦେଖାଇଛି। ଏଥିରେ ଉଭୟ ବିଜେପି ଓ କଂଗ୍ରେସ ଭୟଭୀତ ହୋଇଛନ୍ତି। ଏହି କାରଣ ପାଇଁ କଂଗ୍ରେସ ଓ ବିଜେପି ମେଣ୍ଟ କରିଥିବା କୁହାଯାଉଛି।

The post ଏକାଠି ହୋଇ ନିର୍ବାଚନ ଜିତିଲେ ବିଜେପି-କଂଗ୍ରେସ, ତୃତୀୟ ଦଳ ଜଳକା appeared first on Odisha Reporter.



from Odisha Reporter https://ift.tt/2W0vw4x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages