ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ପ୍ରଥମେ ଲୋକଙ୍କଠାରୁ କମ୍ ମୂଲ୍ୟରେ ପିଡ଼ିଏସ ସାମଗ୍ରୀ କିଣୁଥିଲେ। ପରେ ତାକୁ ପୁନଃ ପ୍ୟାକିଙ୍ଗ କରି ବଜାରରେ ବିକ୍ରି କରି ଖୁବ୍ ଲାଭ କରୁଥିଲେ । ଦୀର୍ଘ ଦିନ ଧରି ଏପରି ଚୋରା ବେପାର ଚଳାଇ ମାଲେମାଲ ହେଉଥିବା ୨ ଭାଇଙ୍କୁ ଶେଷରେ ବାନ୍ଧିଛି ପୁଲିସ୍।
ଏପରି ଘଟଣା ଗଂଜାମ ଜିଲ୍ଲା ତାରାସିଂ ଥାନା ଗାୟାଗଣ୍ଡା ଗ୍ରାମରେ ଘଟିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଏ.ସନ୍ତୋଷ କୁମାର ପାତ୍ର ଓ ଏ.ବାଉରୀ ପାତ୍ର।
ଗାୟାଗଣ୍ଡା ଗ୍ରାମର ଜଣକ ଗୋଦାମ ଘରେ ଚଢ଼ାଉ କରି ବିପୁଳ ପରିମାଣର ଚୋରା ପିଡ଼ିଏସ ଚାଉଳ ଓ ଗହମ ଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲା ତାରାସିଂ ପୁଲିସ୍ । ଜବତ ବେଳେ ସେଠାରେ ଗଚ୍ଛିତ ଥିବା ୨୦ କୁଇଣ୍ଟାଲ ଚାଉଳ ଓ ୨ କୁଇଣ୍ଟାଲ ଗହମ ପୁଲିସ୍ ଜବତ କରିଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ୨ ଭାଇ ଦୀର୍ଘ ବର୍ଷ ହେଲା ଚୋରା ବ୍ୟବସାୟ କରି ଆସୁଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ।
The post ଏପରି କାମ କରୁଥିଲେ ୨ ଭାଇ, ବାନ୍ଧିଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/39ZDt1T
No comments:
Post a Comment