ଚଣ୍ଡିଗଡ଼: ଅମ୍ବାଲା ଯାଉଥିବା ବେଳେ ଚାଷୀ ଆକ୍ରୋଶର ଶିକାର ହୋଇଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର। କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଶତାଧିକ ଚାଷୀ ଆଜି ମୁଖ୍ୟମନ୍ତ୍ରୀଙ୍କ କନଭୟର ବାଟ ଓଗାଳିବା ସହ କଳା ପତାକା ଦେଖାଇଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ ପଛ ଘୁଞ୍ଚା ଦେଇଥିଲା। ତେବେ ପୁଲିସ୍ର ହସ୍ତକ୍ଷେପ ଯୋଗୁ ତାଙ୍କ କାରଟି ବାଟ ବଦଳାଇ ଚାଷୀଙ୍କ ଆକ୍ରୋଶରୁ ରକ୍ଷା ପାଇ ଯାଇଥିଲା।
ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ କରୁଥିବା ବେଳେ ଏହା ଉପରୁ ନଜର ହଟାଇବାକୁ ଖଟ୍ଟର ସରକାର ବାରମ୍ବାର ଉଦ୍ୟମ କରୁଛନ୍ତି। ହରିଆଣା ସରକାର ନିକଟରେ କହିଥିଲେ ଯେ କିଛି ହାତ ଗଣତି ଚାଷୀ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଛନ୍ତି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ଆଜି ଖଟ୍ଟର ଅମ୍ବାଲାରେ ଆୟୋଜିତ ବିଜେପିର ଏକ ପ୍ରଚାର କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଚାଷୀମାନେ ତାଙ୍କୁ ବିରୋଧ କରିଛନ୍ତି। ଚାଷୀମାନେ କନଭୟ ଆଗକୁ ଆସି କଳା ପତାକା ଦେଖାଇ ବିରୋଧ କରିଥିଲେ। ଏହାପରେ ସେମାନେ କନଭୟର ବାଟ ବନ୍ଦ କରି ଦେଇଥିଲେ।
ପୁଲିସ୍ ସେମାନଙ୍କ ପାଖରେ ପହଞ୍ଚି ବୁଝାସୁଝା କରିଥିଲା। ତଥାପି କିଛି ସମୟ ପାଇଁ ଚାଷୀମାନେ ଏହାକୁ ଶୁଣି ନଥିଲେ। ଏହା ଦେଖି ମୁଖ୍ୟମନ୍ତ୍ରୀ କାର ପଛ ଘୁଞ୍ଚା ଦେବାକୁ ଉଦ୍ୟମ କରିଥିଲା। ତେବେ ଶେଷରେ ପୁଲିସ୍ ପ୍ରୟାସରେ କନଭୟ ଯିବାକୁ ଚାଷୀମାନେ ବାଟ ଛାଡ଼ିଥିଲେ।
The post ଚାଷୀ ଆକ୍ରୋଶର ଶିକାର ହେଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/34DXmrN
No comments:
Post a Comment