ଥରୁଛି କନ୍ଧମାଳ, ୫ ଡିଗ୍ରୀ ତଳକୁ ଖସିଲା ପାରଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

ଥରୁଛି କନ୍ଧମାଳ, ୫ ଡିଗ୍ରୀ ତଳକୁ ଖସିଲା ପାରଦ

କନ୍ଧମାଳ (ଓଡ଼ିଶା ରିପୋର୍ଟର): ହାଡ ଭଙ୍ଗା ଶୀତରେ ଥରୁଛି କନ୍ଧମାଳ । ଜିଲ୍ଲାରେ ପ୍ରବଳ ଥଣ୍ଡା ଯୋଗୁଁ ହାତ ଗୋଡ କାଲୁଆ ହୋଇଯାଉଛି । ଗତ ଦୁଇ ଦିନ ହେବ କନ୍ଧମାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା  ୫ ଡିଗ୍ରୀ ସେଲସିଅସ ତଳେ ରହିଥିବା ରେକର୍ଡ କରାଯାଇଛି। ସେହିପରି ସଦର ମହକୁମା ଫୁଲବାଣୀରେ ଗତ ଦୁଇ ଦିନ ହେଲାଣି ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିଅସ ରହିଛି । ଫଳରେ ଲୋକେ ଘରୁ ବାହାରବା ମୁସକିଲ ହୋଇପଡିଛି ।

ସେପଟେ ଫୁଲବାଣୀରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଆଜି ଫୁଲବାଣୀ ସହରରେ ତୁଷାରପାତ ହୋଇଛି । ସକାଳୁ ସକାଳୁ ଗାଡିଗୁଡିକରେ ତୁଷାର ଜମି ରହିଥିବା ଦେଖିବାକୁ ମିଳିଛି । ରାତିରେ ହାଡ ଭଙ୍ଗା ଶୀତ ହେଉଥିବା ବେଳେ ସାକଳ ପ୍ରାୟ ୯ଟାରୁ ୧୦ଟା ଯାଏଁ ଥଣ୍ଡା ଅନୁଭତ ହେଉଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ନିଆଁ ପୁଇଁଥିବା ମଧ୍ୟ ଦେଖିବାକୁ ମିଳିଛି।

The post ଥରୁଛି କନ୍ଧମାଳ, ୫ ଡିଗ୍ରୀ ତଳକୁ ଖସିଲା ପାରଦ appeared first on Odisha Reporter.



from Odisha Reporter https://ift.tt/3axABK1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages