କଥା କହୁଛି କାନ୍ଥ, ଚିତ୍ରରେ ଝଟକୁଛି ଓଡ଼ିଶାର କଳା, ସଂସ୍କୃତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

କଥା କହୁଛି କାନ୍ଥ, ଚିତ୍ରରେ ଝଟକୁଛି ଓଡ଼ିଶାର କଳା, ସଂସ୍କୃତି

ଯାଜପୁର (ଅଭୟ ପତି): ସଜେଇ ହୋଇଛି ଯାଜପୁର ଜିଲ୍ଲା ବ୍ୟାସନଗର ସହର । କାନ୍ଥରେ ଅଙ୍କାଯାଇଛି ଅନେକ ସୁନ୍ଦର ଚିତ୍ର । କେଉଁଠି ମହାପୁରୁଷଙ୍କ ଛବି ତ ଆଉ କଉଁଠି ଓଡ଼ିଶାର କଳା ସଂସ୍କୃତି, ସ୍ଥାପତ୍ୟ ଓ ଐତିହ୍ୟର ଗାଥା କହୁଛି କାନ୍ଥ ।  ଚିତ୍ରକଳାରେ ସ୍ୱଚ୍ଛତା ଓ ସେଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଛି। ଚିତ୍ରକରଙ୍କ ରଙ୍ଗ ତୁଳିରେ ପୂରା ବଦଳି ଯାଇଛି ବ୍ୟାସନଗର ସହରର ଚିତ୍ର ।

ସହରର ପ୍ରମୁଖ ସ୍ଥାନରେ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ପାଚେରୀରେ ଭଳିକି ଭଳି ଚିତ୍ର ଆଙ୍କିଛନ୍ତି ଚିତ୍ର ଶିଳ୍ପୀ । ଏହି ଛବି ସବୁ ଏବେ ସହରବାସୀ ଓ ପଥଚାରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିଛି । ଯାଜପୁର ଜିଲ୍ଲାର ବ୍ୟାସନଗର ସହର ପୌର କର୍ତ୍ତୃପକ୍ଷଙ୍କ ଏହି ଉଦ୍ୟମକୁ ସହରବାସୀ ବେଶ ପ୍ରଶଂସା କରିଛନ୍ତି ।

ସରକାରଙ୍କ ନିର୍ଦ୍ଦେଶ ପରେ ପୌର ପ୍ରଶାସନ ସୌନ୍ଦର୍ଯ୍ୟକରଣ ସହ ସ୍ୱଚ୍ଛତା ଉପରେ ଅଧିକ ଧ୍ୟାନ ଦେଇଛି । ବ୍ୟାସନଗର ସହରକୁ ସୁନ୍ଦର ଓ ସ୍ୱଚ୍ଛ ଭାବେ ଗଢ଼ି ତୋଳିବାକୁ ଏଭଳି ଉଦ୍ୟମ ଜାରି ରହିଥିବା ପୌର ନିର୍ବାହୀ ଅଧିକାରୀ କହିଛନ୍ତି । କେବଳ ସେତିକି ନୁହେଁ ସ୍ୱଚ୍ଛତା ଅନ କଲ୍ ଜରିଆରେ ସହରବାସୀଙ୍କ ପାଇଁ ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । ଏହି ନମ୍ବର ଜରିଆରେ ସହରବାସୀ ନିଜ ନିଜ ଅଭିଯୋଗ ମଧ୍ୟ କରିପାରିବେ ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି ।  ସେପଟେ ଦିନରାତି ପରିଶ୍ରମ କରି କରୋନା କାଳରେ ଜୀବିକା ହରାଇ ବସିଥିବା ଚିତ୍ରଶିଳ୍ପୀମାନ ଏହା ଜରିଆରେ ରୋଜଗାରର ନୂଆ ରାହା ପାଇ ବେଶ ଖୁସି ଅଛନ୍ତି ।

The post କଥା କହୁଛି କାନ୍ଥ, ଚିତ୍ରରେ ଝଟକୁଛି ଓଡ଼ିଶାର କଳା, ସଂସ୍କୃତି appeared first on Odisha Reporter.



from Odisha Reporter https://ift.tt/3mEh4d7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages