ବିବାହ ପ୍ରସ୍ତାବ ଦେଲେ ଫ୍ୟାନ୍, ନିରାଶ କଲେନି ଟାଇଗର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 12, 2020

ବିବାହ ପ୍ରସ୍ତାବ ଦେଲେ ଫ୍ୟାନ୍, ନିରାଶ କଲେନି ଟାଇଗର୍

ମୁମ୍ବାଇ: ଯୁବପିଢ଼ିଙ୍କ ମଧ୍ୟରେ ବେଶ ପପୁଲାର ବଲିଉଡର ହ୍ୟାଣ୍ଡସମ ହିରୋପନ୍ତି ଷ୍ଟାର ଟାଇଗର ସ୍ରଫ । ତାଙ୍କ ଫ୍ୟାନ ଫଲୋଇଂ ମଧ୍ୟ ବେଶ ଜବରଦସ୍ତ । ଆକ୍ସନ ଷ୍ଟାର ଟଇଗର ସ୍ରଫ ନିଜ ଶାନ୍ତ ଏବଂ ନମ୍ର ସ୍ୱାଭାବ ପାଇଁ ଫେସମ । ଫ୍ୟାନମାନେ ମଧ୍ୟ ଟାଇଗରଙ୍କ ଷ୍ଟାଇଲ, ଲୁକ୍ ଓ ଆକ୍ସନକୁ ଦେଖି ପୁରା ପାଗଳ ।

ଟାଇଗର ତାଙ୍କ ଫ୍ୟାନମାନଙ୍କ ସହ ସିଧାସଳଖ କଥା ହେବା ପାଇଁ ଇନଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଙ୍ଗ’ ସେସନ ଆରମ୍ଭ କରିଥିଲେ। ଏହାଦ୍ୱାରା ସେ ପ୍ରଶଂସକଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାନ୍ତି । ନିକଟରେ  ଏହି ସେସନ ଜରିଆରେ ଜଣେ ମହିଳା ତାଙ୍କୁ ବିବାହର ପ୍ରପୋଜାଲ ଦେଇଛନ୍ତି । ସେ କହିଛନ୍ତି, ମୋତେ ବିବାହ କରିନିଅ ଓ ବ୍ରିଟେନ ଚାଲିଆସ। ମହିଳାଙ୍କ ଏହି ପ୍ରସ୍ତାବରେ ଟାଇଗରଙ୍କ ଉତ୍ତର ପ୍ରଶଂସକଙ୍କ ମନ କିଣି ନେଇଛି ।

ଟାଇଗର କହିଛନ୍ତି, “ଆଉ କିଛି ବର୍ଷ ଯାଉ । ମୋତେ ବହୁତ କିଛି ଶିଖିବାର ଅଛି । ଟଙ୍କା କମାଇବାର ଅଛି । ତେବେ ଯାଇ ମୁଁ ତୁମର ଭଲରେ ଯତ୍ନ ନେଇପାରିବି ।” ଟାଇଗରଙ୍କ ଏହି ଉତ୍ତର ଏବେ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି ।

ସେହିପରି ଆଉ ଜଣେ ପ୍ରଶଂସକ ତାଙ୍କୁ ତାଙ୍କ ପ୍ରଥମ ପ୍ରେମ ବିଷୟରେ ପଚାରିଛନ୍ତି । ଏହାର ଉତ୍ତରରେ ଟାଇଗର କହିଛନ୍ତି ହିଷ୍ଟ୍ରି ଶିକ୍ଷକ। ସେହିପରି ଅନ୍ୟ ଜଣେ ପ୍ରଶଂସକ ଟାଇଗରଙ୍କୁ ଆଲୁ ଅର୍ଜୁନ ସହ ତୁଳନା କରିଛନ୍ତି । ଏହାର ଉତ୍ତରରେ ଟାଇଗର କହିଛନ୍ତି, ଆଶା କରୁଛି ମୁଁ ତାଙ୍କ ଭଳି ମୁଭ କରିପାରନ୍ତି । ଟାଇଗରଙ୍କ ଏଭଳି ନମ୍ର ଓ ଶାନ୍ତ ସ୍ୱଭାବ ତାଙ୍କ ଫ୍ୟାନମାନଙ୍କୁ ଆକର୍ଷିତ କରିଛି ।

The post ବିବାହ ପ୍ରସ୍ତାବ ଦେଲେ ଫ୍ୟାନ୍, ନିରାଶ କଲେନି ଟାଇଗର୍ appeared first on Odisha Reporter.



from Odisha Reporter https://ift.tt/2IP1td6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages