ହିନ୍ଦୁ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ପ୍ରଥମ ସନ୍ତାନକୁ ନୂଆ ବସ୍ତ୍ର ପିନ୍ଧାଇ ବନ୍ଦାପନା କରାଯାଏ। ତେବେ କରୋନା ଯୋଗୁ ଜୀବିକା ହରାଇଥିବା ପିପିଲିର ଉତ୍ତରା ବଜାର ସ୍ଥିତ ଶବର ବସ୍ତିର କେତେଜଣ ଶ୍ରମିକ ପରିବାର କିନ୍ତୁ ଅର୍ଥାଭାବରୁ ନିଜ ପିଲାଙ୍କୁ ପ୍ରଥମା ଅଷ୍ଟମୀ କରିପାରି ନ ଥିବା ବେଳେ ତାଙ୍କ ପାଖରେ ପହଞ୍ଚିଲେ ଅଭିନେତ୍ରୀ ରାନୀ ପଣ୍ଡା। ବସ୍ତିର ୩୦ ପିଲାଙ୍କ ମାଉସୀ ସାଜି ନୂଆ ଡ୍ରେସ୍ କିଣାଇଦେବା ସହ ସେମାନଙ୍କୁ ପରମ୍ପରା ଅନୁଯାୟୀ ବନ୍ଦାପନା କରାଇ ପ୍ରଥମାଷ୍ଟମୀ କରାଇଲେ। ଏହାଛଡ଼ା ଆଗକୁ ସୁବିଧା ଅସୁବିଧାରେ ହାତ ବଢ଼ାଇବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ରାନୀ ପଣ୍ଡା।
The post ବସ୍ତି ପିଲାଙ୍କ ମାଉସୀ ସାଜିଲେ ରାନୀ ପଣ୍ଡା appeared first on Odisha Reporter.
from Odisha Reporter https://ift.tt/3gsvkEl
No comments:
Post a Comment