ୱାଶିଂଟନ୍: ଆମେରିକାର ସୁପ୍ରିମ୍ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଦେଇଛନ୍ତି। ପେନସିଲଭେନିଆ ରାଜ୍ୟର ନିର୍ବାଚନକୁ ନେଇ ଟ୍ରମ୍ପଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନଭେମ୍ବର ୩ ତାରିଖରେ ହୋଇଥିବା ଆମେରିକା ନିର୍ବାଚନକୁ ଇତିମଧ୍ୟରେ ମାସେରୁ ଅଧିକ ସମୟ ବିତିଯାଇଥିଲେ ହେଁ ଟ୍ରମ୍ପ ଏବେବି ଡେମୋକ୍ରାଟିକ୍ ନେତା ଜୋ ବାଇଡେନଙ୍କ ବିଜୟକୁ ସ୍ୱୀକାର କରିପାରୁନାହାନ୍ତି।
ଟ୍ରମ୍ପ ଏବଂ ତାଙ୍କର ସହଯୋଗୀ କିଛି ପ୍ରମୁଖ ରାଜ୍ୟରେ ଡଜନରୁ ଅଧିକ ମୋକଦ୍ଦାମ ଦାୟର କରିଥିଲେ, ଯାହାକୁ ପ୍ରାୟ ସବୁ କୋର୍ଟ ଖାରଜ କରିସାରିଛନ୍ତି। ମାମଲାକୁ ଖାରଜ କରିବା ସହ କୋର୍ଟ ଏବେ ପୂରା ପ୍ରକ୍ରିୟା ଉପରେ ମଧ୍ୟ ପୂର୍ଣ୍ଣଛେଦ ପକାଇଛନ୍ତି।
ଏପଟେ ଟ୍ରମ୍ପ ପୁଣିଥରେ ନିଜ ବିଜୟକୁ ନେଇ ଦାବି କରିଛନ୍ତି। ଏହା ପୂର୍ବରୁ ସେ ଶନିବାର ଜର୍ଜିଆ, ଭଲଡୋଷ୍ଟାରେ ଆୟୋଜିତ ପୋଷ୍ଟ-ପୋଲ୍ ରାଲିରେ ଟ୍ରମ୍ପ ଏହି ନିର୍ବାଚନକୁ ଠକାମି ବୋଲି କହିଥିଲେ। ଏପରିକି ସେ ନିଜର ବିଜୟର ଆଶାକୁ ଛାଡ଼ି ନଥିବା ମଧ୍ୟ କହିଥିଲେ।
The post ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା appeared first on Odisha Reporter.
from Odisha Reporter https://ift.tt/3ozMYJd
No comments:
Post a Comment