‘ନିହାତି ଆବଶ୍ୟକ ନ ଥିଲେ ଘରୁ ବାହାରନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

‘ନିହାତି ଆବଶ୍ୟକ ନ ଥିଲେ ଘରୁ ବାହାରନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶୀତର ପ୍ରକୋପ ବଢୁଥିବାରୁ ସତର୍କ ରହିବାକୁ SRCଙ୍କ ପରାମର୍ଶ।  ନିହାତି ଆବଶ୍ୟକ ନଥିଲେ ଘରୁ ପଦାକୁ ନବାହାରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।  ରାତିରେ ୨ ଚକିଆ ଯାନରେ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩ଦିନ ପର୍ଯ୍ୟନ୍ତ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ। ଏଥିପାଇଁ  ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏ ନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି ଲେଖି ତତ୍କାଳ ସଚେତନତା ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଏପଟେ ପ୍ରବଳ ଶୀତ ଲହରୀ ପାଇଁ ଓଡ଼ିଶାର ୧୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ୱାର୍ଣ୍ଣିଂ ଜାରି ହୋଇଛି । ଅନୁଗୁଳ, ଝାରସୁଗୁଡ଼ା, ଢ଼େଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟ ୧୦ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।  ଏପଟେ କନ୍ଧମାଳ ସମେତ ରାଜ୍ୟର ଅନ୍ୟ ସ୍ଥାନରେ କମିଛି ପାରଦ।

୨୩ତାରିଖରେ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କଳାହାଣ୍ଡି ସମେତ ବରଗଡ଼, ମୟୂରଭଞ୍ଜ, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ସୋନପୁର, ବୌଦ୍ଧ, ବଲାଙ୍ଗିର, ଦେବଗଡ଼ ଓ କଟକ।  ୨୪ତାରିଖରେ ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡି ସମେତ ମୟୂରଭଞ୍ଜ, କୋରାପୁଟ, କନ୍ଧମାଳ, ବରଗଡ଼, ନବରଙ୍ଗପୁର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲା ଏବଂ ୨୫ତାରିଖରେ ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ରାତିରେ ଦୁଇଚକିଆ ଯାନ ଓ ଖୋଲା କାରରେ ଯାତାୟତ ନକରିବାକୁ ପରାମର୍ଶ ଦିଆଯାଇଛି ଗାଈଗୋରୁମାନଙ୍କୁ ଗୁହାଳ ଭିତରେ ରଖିବା ନିମନ୍ତେ ପରାମର୍ଶ ଦିଆଯାଇଛି।

ବାସହରା ଓ ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କୁ ରାତିରେ ଆଶ୍ରୟ ଦେବା ନିମନ୍ତେ ସ୍କୁଲ କୋଠା, କମ୍ୟୁନିଟି କୋଠା ଓ ଅନ୍ୟ କୋଠାଗୁଡ଼ିକୁ ଖୋଲିବା ନିମନ୍ତେ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।  ଶୀତଦିନ ସରିବା ପର୍ଯ୍ୟନ୍ତ ଏସବୁ ଆଶ୍ରୟସ୍ଥଳୀରେ ରାତିରେ କେତେ ଲୋକ ଆଶ୍ରୟ ନେଇଛନ୍ତି ତାହା ଦୈନିକ ଭିତ୍ତିରେ ଜଣାଇବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଶୀତ ଋତୁରେ ଲୋକମାନେ କ’ଣ କରିବା ଉଚିତ୍ ଅବା ଅନୁଚିତ୍ ସେ ନେଇ ଆବଶ୍ୟକ ସଚେତନତା ଅଭିଯାନ ଚଳାଇବାକୁ ମଧ୍ୟ ରିଲିଫ କମିଶନର ପରାମର୍ଶ ଦେଇଛନ୍ତି। ଏଭଳି ବ୍ୟବସ୍ଥା ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

The post ‘ନିହାତି ଆବଶ୍ୟକ ନ ଥିଲେ ଘରୁ ବାହାରନି’ appeared first on Odisha Reporter.



from Odisha Reporter https://ift.tt/3hdRsCX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages