ଭାରତୀୟ ତୀର୍ଥ ଯାତ୍ରୀଙ୍କୁ ମନ୍ଦିର ବୁଲିବାକୁ ଭିସା ଦେଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

ଭାରତୀୟ ତୀର୍ଥ ଯାତ୍ରୀଙ୍କୁ ମନ୍ଦିର ବୁଲିବାକୁ ଭିସା ଦେଲା ପାକିସ୍ତାନ

ଇସଲାମାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ନୂଆ ଟ୍ୱିଷ୍ଟ ଆସିଛି। ପାକିସ୍ତାନରେ ଥିବା ଐତିହାସିକ ମନ୍ଦିର ବୁଲିବା ପାଇଁ ଇସଲାମାବାଦ ପକ୍ଷରୁ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଭିସା ପ୍ରଦାନ କରାଯାଇଛି। ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ସୁକୁଉରଠାରେ ଥିବ ଶାହାଦାନି ଦରବାର ଓ ଛକୱାଲ ଜିଲ୍ଲାରେ ଥିବା ଶ୍ରୀ କଟସ ରାଜ ମନ୍ଦିରଗୁଡ଼ିକୁ ଭାରତୀୟ ତୀର୍ଥ ଯାତ୍ରୀମାନେ ଏଣିକି ଭିସା ନେଇ ଯାଇପାରିବେ।

ସୋମବାର ୪୪ ଜଣ ଭାରତୀୟ ତୀର୍ଥଯାତ୍ରୀ ଶାହାଦାନି ଦରବାରରେ ଦର୍ଶନ କରି ଭାରତକୁ ଫେରିଥିଲେ। ଏହାପରେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନ ଆଉ ୪୭ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଭିସା ପ୍ରଦାନ କରିଛି। ଏମାନେ ସମସ୍ତେ ଶ୍ରୀ କଟସ ରାଜ ମନ୍ଦିର ଯିବେ। ଡିସେମ୍ବର ୨୩ରୁ ୨୯ ଯାଏ ସମସ୍ତଙ୍କୁ ଭିସା ପ୍ରଦାନ କରାଯାଛି। ମନ୍ଦିର ନିକଟରେ ଥିବା ନଦୀରେ ହିନ୍ଦୁ ଧର୍ମର ଲୋକମାନେ ବୁଡ଼ ପକାଇବାର ପରମ୍ପରା ମଧ୍ୟ ଏଠାରେ ରହିଛି।

ସୋମବାର ଭାରତ ଫେରିଥିବା ତୀର୍ଥଯାତ୍ରୀମାନେ ସୁକୁଉର ଠାରେ ୧୫ରୁ ୨୧ ଯାଏ ଅନୁଷ୍ଠିତ ହେଉଥିବା ଶିବ ଅବତାରୀ ସତଗୁରୁ ସନ୍ତ ଶଦାରାମ ସାହିବ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଥିଲେ। ୩ ଶତାବ୍ଦୀ ପୁରୁଣା ଶାହାଦାନି ଦରବାର ମନ୍ଦିରକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ହିନ୍ଦୁ ଧର୍ମର ଲୋକମାନେ ଆସନ୍ତି। ଏହି ମନ୍ଦିରକୁ ସନ୍ତ ଶଦାରାମ ସାହିବ ପ୍ରତିଷ୍ଠା କରିଥିଲେ। ସେ ୧୭୦୮ ମସିହାରେ ଲାହୋରରେ ଜନ୍ମ ଗ୍ରହଣ କରିଥିଲେ।

The post ଭାରତୀୟ ତୀର୍ଥ ଯାତ୍ରୀଙ୍କୁ ମନ୍ଦିର ବୁଲିବାକୁ ଭିସା ଦେଲା ପାକିସ୍ତାନ appeared first on Odisha Reporter.



from Odisha Reporter https://ift.tt/3aCYzUi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages