ଏୟାରପୋର୍ଟରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୩୦ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 30, 2020

ଏୟାରପୋର୍ଟରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୩୦ ଜୀବନ

ଆଡେନ: ୟେମେନର ଆଡେନ ଏୟାରପୋର୍ଟରେ ଘଟିଛି ଭୟଙ୍କର ବିସ୍ଫୋରଣ, ଯେଉଁଥିରେ ଚାଲିଯାଇଛି ୩୦ରୁ ଅଧିକ ଜୀବନ। ଏହି ଭୟାବହ ବିସ୍ଫୋରଣରେ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସାଉଦି ଆରବ ସମର୍ଥିତ ମେଣ୍ଟ ସରକାରର ନେତା ଯେତେବେଳେ ଏୟାରପୋର୍ଟରେ ଅବତରଣ କରୁଥିଲେ, ସେତେବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସବୁ ନେତା ସାଉଦି ଆରବ ସରକାର ସହ ଆଲୋଚନା କରି ଫେରୁଥିଲେ। ତେବେ ଏହି ବିସ୍ଫୋରଣରେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି।

ୟେମେନ ଓ ସାଉଦି ଆରବ ଏହି ଭୟଙ୍କର ଆକ୍ରମଣ ପାଇଁ ଇରାନର ସମର୍ଥିତ ହୁତୀ ସଂଗଠନକୁ ଦାୟୀ କରିଛି। ତେବେ ହୁତୀ ସଂଗଠନ ଏହି ଆକ୍ରମଣର ଖଣ୍ଡନ କରିଛି। ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ବିସ୍ଫୋରଣ କାରଣରୁ ଅନେକ ଲୋକଙ୍କର ଜୀବନ ଯିବା ସହ ବହୁ କ୍ଷତି ହୋଇଥିବା ସୂଚନା ମିଳିଛି।

ଏହି ବିସ୍ଫୋରଣର ଲାଇଭ୍ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେଉଛି। ଗୋଟିଏ ମିସାଇଲ୍ ଏକ ପକ୍କା ସଡକକୁ ଟାର୍ଗେଟ୍ କରୁଛି। ଆକ୍ରମଣ ବେଳେ ପ୍ରବଳ ଗୁଳିବର୍ଷା ହୋଇଥିବା ଶବ୍ଦ ଶୁଣିବାକୁ ମିଳିଛି। ଭିଡିଓରେ ଆହୁରି ଦେଖିବାକୁ ମିଳିଛି ଯେ ଯେଉଁମାନେ ବିମାନରୁ ଓହ୍ଲାଇ ବାହାରକୁ ଆସୁଥିଲେ, ଆକ୍ରମଣ ପରେ ସେମାନେ ପୁଣିଥରେ ବିମାନ ଭିତରକୁ ଦୌଡ଼ି ପଳାଇଥିଲେ।

ସରକାରୀ ବିମାନରେ ଯାତ୍ରା କରୁଥିବା ୟେମେନର ସଞ୍ଚାର ମନ୍ତ୍ରୀ ନଜୀବ ଅଲ୍ ଅବଗ କହିଛନ୍ତି, ସେ ଦୁଇଟି ଧମାକାର ଶବ୍ଦ ଶୁଣିଛନ୍ତି ଏବଂ ଲାଗିଲା ଯେପରି ଏହା କୌଣସି ଡ୍ରୋନ୍ ଆକ୍ରମଣ ଥିଲା। ୟେମେନର ପ୍ରଧାନମନ୍ତ୍ରୀ ମଇନ ଅବଦୁଲ୍ ମଲିକ ସଇଦଙ୍କୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଏୟାରପୋର୍ଟ ବାହାରକୁ ଅଣାଯାଇଛି। ଏହି ଦୁର୍ଘଟଣାରେ ୟେମେନର ସମସ୍ତ ଅଧିକାରୀ ଓ ସାଉଦୀ ଦୂତ ସୁରକ୍ଷିତ ଅଛନ୍ତି। ସୁରକ୍ଷା ପାଇଁ ସେମାନଙ୍କୁ ୟେମେନର ରାଷ୍ଟ୍ରପତି ଭବନ ନିଆଯାଇଛି।

The post ଏୟାରପୋର୍ଟରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୩୦ ଜୀବନ appeared first on Odisha Reporter.



from Odisha Reporter https://ift.tt/3rEpipn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages