ନୂଆଦିଲ୍ଲୀ: ସୁନ୍ଦର ଚେହେରା ପାଇଁ ଅଧିକାଂଶ ମହିଳା ଏବେ କସମେଟିକ ସର୍ଜରୀର ସାହାରା ନେଉଛନ୍ତି । ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଷ୍ଟାର ଏଥିରୁ ବାଦ ପଡିନାହାନ୍ତି । ତେବେ ନିକଟରେ ଏହି କସମେଟିକ ସର୍ଜରୀ ଜଣେ ମହିଳାଙ୍କ ପାଇଁ ମହଙ୍ଗା ପଡିଛି । ନାକ ସର୍ଜରୀ କରିବାକୁ ଯାଇ ତାଙ୍କୁ ହରାଇବାକୁ ପଡିଛି ନିଜର ଦୁଇ ଗୋଡ ।
ଇସ୍ତାନବୁଲର ସେୱିଙ୍କ ସେକ୍ଲିକ ନାମକ ଜଣେ ୨୫ ବର୍ଷୀୟ ଯୁବତୀ ଏକ ତୁର୍କିସ ପ୍ଲାଷ୍ଟିକ ସର୍ଜରୀ କ୍ଲିନିକକୁ ନିଜ ନାକ ସର୍ଜରୀ କରିବାକୁ ଯାଇଥିଲେ । ପରେ ୨୦୧୪ ମେ’ ୨ ତାରିଖରେ ଡାକ୍ତରମାନେ ଦୀର୍ଘ ଦୁଇ ଘଣ୍ଟା ଅପରେସନ କରି ତାଙ୍କର ‘ନୋଜ ରିଡକ୍ସନ ସର୍ଜରୀ’ କରିଥିଲେ । ଅପେରସନ ପରେ ସେୱିଙ୍କଙ୍କୁ ଡାକ୍ତରମାନେ ଘରକୁ ପଠାଇ ଦେଇଥିଲେ । ତେବେ ଘରକୁ ଯିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ତାଙ୍କୁ ଭୀଷଣ ଜ୍ୱର ଆସିଥିଲା । ଏହାପରେ ଯୁବତୀ ଜଣକଙ୍କ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ, କିନ୍ତୁ ଡାକ୍ତରମାନେ ସବୁ କିଛି ଠିକ ଅଛି ବୋଲି ତାଙ୍କୁ କହିଥିଲେ।
ମିଡିଆ ରିପୋର୍ଟ ମୁତାବକ,ସର୍ଜରୀ ପରେ ଏଭଳି ଲକ୍ଷଣ ଦେଖାଦେବା ସାଧାରଣ କଥା ବୋଲି ତାଙ୍କୁ ଡାକ୍ତର କହିଥିଲେ। କିନ୍ତୁ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଆହୁରି ବିଗିଡିବାରେ ଲାଗିଥିଲା । ତାଙ୍କ ଗୋଡର ରଙ୍ଗ ଧୀରେ ଧୀରେ କଳା ପଡିଯାଇଥିଲା । ଅଧିକ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯୁବତୀଙ୍କ ରକ୍ତରେ ବିଷକ୍ରିୟା ବଢ଼ି ଯାଇଥିଲା । ଏଥିଲାଗି ଜୁନ ୯ ତାରିଖରେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା । ବାଧ୍ୟ ହୋଇ ସେୱିଙ୍କଙ୍କ ଆଣ୍ଠୁ ତଳକୁ ଦୁଇ ଗୋଡକୁ କାଟିବାକୁ ପଡିଥିଲା ବୋଲି ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି ।
ଏହି ଘଟଣା ପରେ ଯୁବତୀ ଜଣକ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସେ ହସ୍ପିଟାଲ ନାଁରେ ମାମଲା ରୁଜୁ କରିବା ସହ ଏକ କୋଟି ଟଙ୍କାର କ୍ଷତି ପୂରଣ ଦାବି କରିଛନ୍ତି । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ସବୁ ଦୋଷ ଯୁବତୀ ଜଣକର ବୋଲି କହିଛନ୍ତି । ସର୍ଜରୀର ଦୁଇ ସପ୍ତାହ ପରେ ଏବଂ ହସ୍ପିଟାଲାଇଜ୍ଡ ହେବାର କିଛି ଦିନ ପୂର୍ବରୁ ସେ ଚିକେନ ଖାଇଥିଲେ । ତେଣୁ ତାଙ୍କର ଏଭଳି ହେଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।
The post ନାକ ସର୍ଜରୀ ପାଇଁ ଯାଇଥିଲେ, କିନ୍ତୁ କାଟିବାକୁ ପଡିଲା ଦୁଇ ଗୋଡ appeared first on Odisha Reporter.
from Odisha Reporter https://ift.tt/34ZFZlv
No comments:
Post a Comment