ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି । ତାଙ୍କ ପ୍ରେଗ୍ନେନ୍ସିକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ନିକଟରେ ସେ ପ୍ରସିଦ୍ଧ ‘ଭଗ’ ମାଗାଜିନର କଭର ପେଜ ପାଇଁ ଫଟୋ ସୁଟ୍ କରିଛନ୍ତି । ଏହି ଫଟୋକୁ ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାଗରେ ଶେଆର କରିଛନ୍ତି । ଏଥିରେ ସେ ନିଜ ବେବି ବମ୍ପକୁ ଫ୍ଲଣ୍ଟ କରି ଠିଆ ହୋଇଥିବା ଦେଖିବାକୁ ମିଳିଛି ।
ଏହି ଫଟୋ ସୁଟ ସମୟରେ ଅନୁଷ୍କା ‘ଭଗ’ ମାଗାଜିନକୁ କହିଛନ୍ତି, ସେ ନିଜ ଛୁଆକୁ ସୋଶାଲ ମିଡଆ ଠାରୁ ଦୂରେଇ ରଖିବେ । ବିରାଟ ଏବଂ ସେ ମିଶି ଏନେଇ ଖୁବ ଚିନ୍ତା କରିବା ପରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । କୌଣସି ବି ଛୁଆକୁ ଅନ୍ୟଠାରୁ ଅଧିକ ସ୍ପେଶାଲ ଅନୁଭବ କରାଇବା ଉଚିତ ନୁହେଁ । ଏହା ଆଗକୁ ଅସୁବିଧାରେ ପକାଇପାରେ । ମଡିଆ ଏବଂ ପବ୍ଲିକଲି ନିଜ ଛୁଆର ଲାଳନ ପାଳନ କରିବା ସେ ଚାହାନ୍ତି ନାହିଁ, ତେଣୁ ଛୁଆକୁ ସୋଶାଲ ମିଡିଆଠାରୁ ଦୂରେଇ ରଖିବାକୁ ଅନୁଷ୍କା ନିଷ୍ପତ୍ତି ନେଇଥିବା କହିଛନ୍ତି ।
View this post on Instagram
ସେ କିଭଳି ବହୁ ଦିନ ପର୍ଯ୍ୟନ୍ତ ଗର୍ଭବତୀ ହେବା ଖବରକୁ ସୋଶାଲ ମିଡିଆଠାରୁ ଦୂରେଇ ରଖିଥିଲେ ସେ ନେଇ ମଧ୍ୟ କହିଛନ୍ତି ଅନୁଷ୍କା। ଲକଡାଉନ ଯୋଗୁଁ ଦୀର୍ଘ ଦିନ ଘରେ ବିତାଇବା ପାଇଁ ମଉକ ମିଳିଥିଲା । ଏହି ସମୟରେ କେହି ମଧ୍ୟ ତାଙ୍କ ଗର୍ଭବତୀ ହେବା ଖବର ଜାଣି ପାରିନଥିଲେ । ସେ ମଧ୍ୟ ନିଜ ପ୍ରେଗ୍ନେନ୍ସି ଖବରକୁ ସମସ୍ତଙ୍କଠାରୁ ସିକ୍ରେଟ ରଖିବା ପାଇଁ ଚାହୁଥିଲେ ବୋଲି ଅନୁଷ୍କା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ମୁଁ ଆଉ ବିରାଟ ପଶୁ ପ୍ରେମୀ । ଆମେ ପୁଶ ପକ୍ଷୀଙ୍କୁ ଭଲପାଉ । ମୁଁ ଚାହୁଁଛି ମୋ ଛୁଆ ଭିତରେ ମଧ୍ୟ ଏହି ସବୁ ଗୁଣ ରହୁ, ସେ ମଧ୍ୟ ଏହି ବଣ୍ଡିଂକୁ ଅନୁଭବ କରୁ । ଏହା ଆମ ଜୀବନର ଏବଂ ବଡ ପରିବର୍ତ୍ତନ ବୋଲି ସାକ୍ଷାତକାରରେ ଅଭିନେତ୍ରୀ ଅନୁଷ୍କା କହିଛନ୍ତି ।
The post ଛୁଆକୁ କାହାଠୁ ଦୂରେଇ ରଖିବେ ଅନୁଷ୍କା? appeared first on Odisha Reporter.
from Odisha Reporter https://ift.tt/3o3QvQj
No comments:
Post a Comment