ଅଲଟ୍ରାସାଉଣ୍ଡ କ୍ଲିନିକ ଖୋଲିବାକୁ କରିହେବ ଅନଲାଇନ୍‌ ଞ୍ଜୀକରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 11, 2020

ଅଲଟ୍ରାସାଉଣ୍ଡ କ୍ଲିନିକ ଖୋଲିବାକୁ କରିହେବ ଅନଲାଇନ୍‌ ଞ୍ଜୀକରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଲଟ୍ରାସାଉଣ୍ଡ କ୍ଲିନିକ ଖୋଲିବା ଲାଗି ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଗତକାଲି ରାଜ୍ୟ ସ୍ଵ।ସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଏହାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ସ୍ଵ।ସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ କହିଥିଲେ, ନିଜସ୍ଵ ଇ-ପେମେଣ୍ଟ ସୁବିଧା ଥାଇ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି। ଏହାସହ ଜିଲ୍ଲାସ୍ତରରେ ଏହି ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥାର ପ୍ରଚଳନ କରିବା ଲାଗି ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଲଟ୍ରାସାଉଣ୍ଡ କ୍ଲିନିକର ଲାଇସେନ୍ସ ନବୀକରଣ ଓ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥାକୁ ଚଳିତ ବର୍ଷ ଲୋକସେବା ଅଧିକାର ଆଇନ ପରିସରକୁ ଅଣାଯାଇଥିବାରୁ ଏ ବ୍ୟବସ୍ଥା ଲୋକଙ୍କ ପାଇଁ ସହାୟକ ହେବ ବୋଲି ସଚିବ କହିଥିଲେ।

ଏହାଛଡ଼ା ଲାଇସେନ୍ସ ନବୀକରଣ ଓ ନୂଆ ପଞ୍ଜୀକରଣ ଲାଗି ୭୦ ଦିନ ସମୟ ଧାର୍ଯ୍ୟ କରାଯାଇଛି। ଆବେଦନ କରିବାର ୭୦ ଦିନ ମଧ୍ୟରେ ଏନେଇ ମଞ୍ଜୁରୀ ମିଳିପାରିବ ବୋଲି ସ୍ଵ।ସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ କହିଥିଲେ।

The post ଅଲଟ୍ରାସାଉଣ୍ଡ କ୍ଲିନିକ ଖୋଲିବାକୁ କରିହେବ ଅନଲାଇନ୍‌ ଞ୍ଜୀକରଣ appeared first on Odisha Reporter.



from Odisha Reporter https://ift.tt/3miaFo4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages