ରାସ୍ତା ଉପରେ ଛିଟିକି ପଡ଼ିଲେ ସବୁ ଯାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ରାସ୍ତା ଉପରେ ଛିଟିକି ପଡ଼ିଲେ ସବୁ ଯାତ୍ରୀ

ତେଲକୋଇ (ଚିନ୍ମୟ କୁମାର ସାହୁ): ଭାରସାମ୍ୟ ହରାଇ ଓଲଟିଲା ମିନି ପିକଅପ୍ ଭ୍ୟାନ୍। ଏଥିରେ ୨୧ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା କୁଆଁର ଛକଠାରେ ଘଟିଛି ଏହି ଅଘଟଣ।

ସୂଚନା ଅନୁଯାୟୀ, ୨୩ ଜଣ ଲୋକ (୨୨ ପୁରୁଷ, ଜଣେ ମହିଳା) ଏହି ମିନି ପିକ୍ଅପ୍ ଭ୍ୟାନ୍‌ରେ କାଞ୍ଜିପାଣି ଥାନା ଅନ୍ତର୍ଗତ ହଳଦୀପାଣିରୁ କେନ୍ଦୁଝର ସଦରଥାନା ଅନ୍ତର୍ଗତ ବଳଦାପାଳ ଗାଁକୁ ଯାଉଥିଲେ। ତେବେ କୁଆଁର ଛକରେ ଜାତୀୟ ରାଜପଥ ଛାଡ଼ି ପିକ୍‌ଅପ୍ ଭ୍ୟାନ୍‌ଟି ବାଂଶପାଳକୁ ଯାଉଥିବା ରାସ୍ତାକୁ ବୁଲୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ସମସ୍ତ ଯାତ୍ରୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।

ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୪ ଗୁରୁତରଙ୍କ ମଧ୍ୟରେ ଜଣେ ୬୦ ବର୍ଷୀୟ ବୃଦ୍ଧ ଅଛନ୍ତି।

The post ରାସ୍ତା ଉପରେ ଛିଟିକି ପଡ଼ିଲେ ସବୁ ଯାତ୍ରୀ appeared first on Odisha Reporter.



from Odisha Reporter https://ift.tt/34IDunl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages