ନକ୍ସଲଙ୍କ ବର୍ବର କାଣ୍ଡ; ଘରୁ ଡାକି ନେଇ ହାଣି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 23, 2020

ନକ୍ସଲଙ୍କ ବର୍ବର କାଣ୍ଡ; ଘରୁ ଡାକି ନେଇ ହାଣି ଦେଲେ

ଚିତ୍ରୋକୋଣ୍ଡା( ରତ୍ନାକର ପ୍ରଧାନ): ପୁଲିସ୍‌ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ନିର୍ମମ ଭାବେ ହତ୍ୟା କଲେ ନକ୍ସଲ। ଏପରି ଛାତି ଥରା, ଲୋମଟାଙ୍କୁରା ଘଟଣା ଆନ୍ଧ୍ର ଓଡିଶା ସୀମାନ୍ତ  ଅଞ୍ଚଳରେ ଗତରାତିରେ ଘଟିଛି। ମୃତକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟନାମ ଜିଲ୍ଲା ପେଦାବାଇଲୁ ବ୍ଲକ ଚିନ୍ତାଗୁରୁ ଗ୍ରାମର ସତୀଶ ବାବୁ ।

ଗତକାଲି ରାତି ପ୍ରାୟ ଦୁଇଟା ବେଳେ କୋଡିଏରୁ  ଊର୍ଦ୍ଧ୍ୱ ନକ୍ସଲ  ସତୀଶ ବାବୁ ଘର ନିକଟରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ   ଆସି ଘରୁ ଡାକି ନେଇଯାଇଥିଲେ।  ଆଜି ସକାଳୁ ଗାଁ ମୁଣ୍ଡରେ ତାଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ତାଙ୍କ ମୁଣ୍ଡ ପଛପଟେ ଗଭୀର କ୍ଷତ ଚିହ୍ନ ଥିବାରୁ ମାରଣାସ୍ତ୍ର ସାହାଯ୍ୟରେ ତାଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତଦେହ ନିକଟରେ ନକ୍ସଲମାନେ ଏକ ଚିଠି ଛାଡ଼ି ଯାଇଥିବା ବେଳେ  ପୁଲିସ୍‌ ଇନଫର୍ମର ଓ ଗଂଜେଇ ବ୍ୟବସାୟ କରିବା ଏବଂ ଆଦିବାସୀଙ୍କୁ ହଇରାଣ କରୁଥିବା ଅଭିଯୋଗରେ ହତ୍ୟା କରିଥିବାର ଉଲ୍ଲେଖ କରାଯାଇଛି।

The post ନକ୍ସଲଙ୍କ ବର୍ବର କାଣ୍ଡ; ଘରୁ ଡାକି ନେଇ ହାଣି ଦେଲେ appeared first on Odisha Reporter.



from Odisha Reporter https://ift.tt/2WHkh13

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages