ସାରାଙ୍କୁ ଚୋରଣୀ କହିଲେ ବରୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 23, 2020

ସାରାଙ୍କୁ ଚୋରଣୀ କହିଲେ ବରୁଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲିଖାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତା ବରୁଣ ଧୱନ। ସର୍ବ ସମ୍ମୁଖରେ ସାରାଙ୍କୁ ବରୁଣ ଚୋରଣୀ ବୋଲି କହିଛନ୍ତି। ତେବେ ବରୁଣ ସାରାଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ କାହିଁକି ଆଣିଛନ୍ତି ?

ଅପକମିଂ ଫିଲ୍ମ ‘କୁଲି ନମ୍ବର-୧’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ବରୁଣ-ସାରା। ଏହି ସମୟରେ ଅଭିନେତ୍ରୀ ସାରା ତାଙ୍କ କୋ-ଷ୍ଟାର ବରୁଣଙ୍କ ସହ ଅନେକ ନୂଆ ପୁରୁଣା ଫଟୋ ସୋଶାଲ ମିଡିଆରେ ଶେଆର କରିଛନ୍ତି।  ନିକଟରେ ସାରା ତାଙ୍କ ଇନଷ୍ଟାଗ୍ରାମରେ ବରୁଣ ଓ ତାଙ୍କର ଏକ ଫଟୋ ଶେଆର କରି କ୍ୟାପସନରେ ମଜାଳିଆ ଢ଼ଙ୍ଗରେ ଏକ ସାଏରୀ ଲେଖିଛନ୍ତି। ସାରାଙ୍କ ଏହି ସାଏରୀକୁ ଦେଖି ବରୁଣ ତାଙ୍କୁ କମେଣ୍ଟ କରି ‘ତୁ ଚୋରଣୀ’ ବୋଲି କହିଛନ୍ତି।

 

View this post on Instagram

 

A post shared by Sara Ali Khan (@saraalikhan95)


ଆଉ ଅଳ୍ପ କିଛି ଦିନ ପରେ ରିଲିଜ ହେବ ଫିଲ୍ମ ‘କୁଲି ନମ୍ବର-୧’। ଏଥିରେ ବରୁଣ ଧୱନ ଓ ସାରା ଅଲ୍ଲି ଖାନ ଲିଡ ରୋଲରେ ଅଛନ୍ତି । ଏହି ଫିଲ୍ମଟି ଗୋବିନ୍ଦାଙ୍କ ଫିଲ୍ମ  ‘କୁଲି ନମ୍ବର-୧’ର ରିମେକ୍‌। ସେପଟେ ସାରା ଏହି ଫିଲ୍ମ ପରେ ଏବେ ତାଙ୍କ ଅପକମିଂ ଫିଲ୍ମ ‘ଅତରଙ୍ଗୀ ରେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ଅକ୍ଷୟ କୁମାର ଓ ଧନୁଷଙ୍କ ସହ ସେ ପ୍ରଥମ ଥର ନଜର ଆସିବେ।

ସେହିପରି ବରୁଣ ମଧ୍ୟ କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଅପକମିଂ ପ୍ରୋଜେକ୍ଟ ‘ଯୁଗ ଯୁଗ ଜିୟୋ’ର ଶୁଟିଂ ସେଟ୍‌କୁ ଫେରିଛନ୍ତି । ଏହି ଫିଲ୍ମରେ ଅନୀଲ କପୁର, ନୀତୁ କପୁର ଓ କିଆରା ଆଡଭାନୀ ପ୍ରମୁଖ ଲିଡ୍‌ ରୋଲରେ ଅଛନ୍ତି।

The post ସାରାଙ୍କୁ ଚୋରଣୀ କହିଲେ ବରୁଣ appeared first on Odisha Reporter.



from Odisha Reporter https://ift.tt/34DkGpS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages