ଅନୁଭବଙ୍କୁ ବିବ୍ରତ କରୁଛି ଭାଇରାଲ ଅଡିଓ, ଚିଠି ଲେଖି ଡିଜିପିଙ୍କୁ ମାଗିଲେ ସୁରକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 19, 2020

ଅନୁଭବଙ୍କୁ ବିବ୍ରତ କରୁଛି ଭାଇରାଲ ଅଡିଓ, ଚିଠି ଲେଖି ଡିଜିପିଙ୍କୁ ମାଗିଲେ ସୁରକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ପ୍ରାୟ ପ୍ରତିଦିନ ନୂଆ ନୂଆ ଖବର ଆସୁଛି। ଏକ ଭାଇରାଲ ଭିଡିଓକୁ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ବର୍ଷା କଟକର ପୁରୀ ଘାଟ ଥାନାରେ ଏତଲା ଦେଇଥିବା ବେଳେ ଗତକାଲି ଅନୁଭବ ଏକ ଭାଇରାଲ ଅଡିଓକୁ ନେଇ ଡିଜିପି ଅଭୟଙ୍କ ନିକଟକୁ ଚିଠି ଲେଖିଛନ୍ତି ଓ ଏହାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।

ଅନୁଭବ ତାଙ୍କ ଚିଠିରେ ଦେଇଥିବା ସୂଚନା ଅନୁଯାୟୀ, ଏହି ଅଡିଓଟି ମାସେ ଦୁଇ ମାସ ହେଲାଣି ସୋଶାଲ ମିଡିଆ ତଥା ଅନ୍ୟାନ୍ୟ ମିଡିଆରେ ଭାଇରାଲ ହେଉଛି। ଆଉ ଏହା ତାଙ୍କୁ ଭାରି ବିବ୍ରତ କରିଛି। ସମ୍ଭବତଃ ଏହି ଅଡିଓଟି ବର୍ଷା ପ୍ରିୟଦର୍ଶିନୀ, ତାଙ୍କ (ବର୍ଷାଙ୍କ) ବଡ଼ ଭଉଣୀ ବନାନୀ ସାହୁ ଓ ଦେବଯାନୀ ସାହୁ ଗୌଡ଼ଙ୍କ ମଧ୍ୟରେ ଟେଲିଫୋନ୍‌ରେ ହୋଇଥିବା ବାର୍ତ୍ତାଳପର। ଏହି ଟେଲିଫୋନ୍ ବାର୍ତ୍ତାଳପରେ ବ୍ୟବହାର ହୋଇଥିବା ଭାଷା ଅତି ଅପମାନଜନକ ଓ ଘୃଣ୍ୟ। ଏହି ବାର୍ତ୍ତାଳପରେ ତାଙ୍କ ବିରୋଧରେ ତଥା ତାଙ୍କ ପରିବାର ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ରଚାଯାଉଥିବା ଭଳି ଜଣାପଡ଼ୁଥିବା ଅନୁଭବ ଚିଠିରେ ଉଲ୍ଲେଖ କରିବା ସହିତ ଏହାର ତଦନ୍ତ କରାଇବାକୁ ଡିଜିପିଙ୍କୁ ଅନୁରୋଧ କରିଛନ୍ତି। ଏଥିରେ ପ୍ରକୃତରେ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ପରିବାର ଲୋକଙ୍କ ସ୍ୱର ଅଛି ନା ନାହିଁ, ତା’ର ତଦନ୍ତ କରାଇବାକୁ ସେ ଅନୁରୋଧ କରିଛନ୍ତି।

ଅନୁଭବ ଲେଖିଛନ୍ତି ଯେ ଯଦି ଏହା ଏକ ମିଛ ଅଡିଓ ହୋଇଥିବ, ତା’ହେଲେ ଯେଉଁମାନେ ତାଙ୍କର ଓ ତାଙ୍କ ପତ୍ନୀଙ୍କର ଫ୍ୟାନ୍ ଓ ପରିବାର ଲୋକଙ୍କୁ ଅବାଟରେ ନେଉଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆଉ ଭଗବାନ ନ କରନ୍ତୁ ଯଦି ଏହି ଅଡିଓ ସତ ହୋଇଥିବ ତା’ହେଲେ ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟାର ଶିକାର ହେବାରୁ ରକ୍ଷା କରିବାକୁ ଅନୁଭବ ଡିଜିପିଙ୍କୁ ଅନୁରୋଧ କରିଛନ୍ତି। ସେ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ଏହି ଚିଠିରେ ଅନୁଭବ ଆହୁରି ଲେଖିଛନ୍ତି ଯେ ତାଙ୍କ ବାପାମା’ଙ୍କ ସ୍ୱାସ୍ଥ୍ୟ ଗୁରୁତର ରହୁଛି। ହୁଏତ ଏହା ପଛରେ କିଛି ଷଡ଼ଯନ୍ତ୍ରର ପରିଣାମ ହୋଇ ଥାଇପାରେ। ଜଣେ ସାଂସଦ ହୋଇଥିବାରୁ ସେ ନିୟମିତ ଭାବେ ଦିଲ୍ଲୀ ଯାଉଛନ୍ତି। ଏହି ସମୟରେ ତାଙ୍କ ଅସୁସ୍ଥ ବାପାମା’ ଘରେ ଏକୁଟିଆ ରହୁଛନ୍ତି। ଚିନ୍ତାର ବିଷୟ ଏହିକି ଯେ ସେହି ଘରେ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ରହୁଛନ୍ତି।

ଏହା ସହିତ ସେ ଏହି ବିବାଦ ଭିତରକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଟାଣିଛନ୍ତି। ବୈଜୟନ୍ତଙ୍କ ନାଁ ନନେଇ ଅନୁଭବ ଲେଖିଛନ୍ତି ଯେ ଏକ ଜାତୀୟ ରାଜନୈତିକ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ଲକ୍ଷ ଲକ୍ଷ ଭୋଟରେ ହରାଇ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କର ଭୟ ଯେ ସେ ଏହି ମାରାତ୍ମକ ଷଡ଼ଯନ୍ତ୍ରରେ ସଂପୃକ୍ତ ଅଛନ୍ତି ଓ ତାଙ୍କର ସମ୍ମାନ କ୍ଷୁର୍ଣ୍ଣ କରିବାକୁ ଷଡ଼ଯନ୍ତ୍ରକାରୀଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି।

ସୂଚନାଯୋଗ୍ୟ, ବର୍ଷାଙ୍କୁ ଘଣ୍ଟାଏ ଧରି ଘର ବାହାରେ ଛିଡ଼ା କରାଇ ଦେବା ଅଭିଯୋଗରେ ଗତକାଲି ପୁଲିସ୍ ଅନୁଭବଙ୍କ ଘରକୁ ଯାଇଥିଲା। ଏ ଘଟଣା ନେଇ ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ତା’ପୂର୍ବରୁ ଶୁକ୍ରବାର ବର୍ଷା ଏକ ଭାଇରାଲ ଭିଡିଓ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହି ଭିଡିଓରେ ଅନୁଭବ ଓ ତାଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ଏହି ଭିଡିଓ ଭାଇରାଲ କରାଯାଇଥିବା ବର୍ଷା ଥାନାରେ ଅଭିଯୋଗ କରିଥିଲେ।

The post ଅନୁଭବଙ୍କୁ ବିବ୍ରତ କରୁଛି ଭାଇରାଲ ଅଡିଓ, ଚିଠି ଲେଖି ଡିଜିପିଙ୍କୁ ମାଗିଲେ ସୁରକ୍ଷା appeared first on Odisha Reporter.



from Odisha Reporter https://ift.tt/2WvrWPV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages