ଗୋଟିଏ ଗାଁରୁ ବନ୍ଧା ହେଲେ ୧୬ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 19, 2020

ଗୋଟିଏ ଗାଁରୁ ବନ୍ଧା ହେଲେ ୧୬ ମହିଳା

ଖଲ୍ଲିକୋଟ (ଓଡ଼ିଶା ରିପୋର୍ଟର): ଗୋଟିଏ ଗାଁରୁ ବନ୍ଧା ହେଲେ ଏକାଥରକେ ୧୬ ମହିଳା । ନାବାଳିକାକୁ ଗଛରେ ବାନ୍ଧି  ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ ଏମାନଙ୍କୁ ଗିରଫ କରିଛି ।  ଗିରଫ ୧୬ ଜଣ ମହିଳା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡା ଗାଁର ବୋଲି ସୂଚନା ମିଳିଛି ।

ପୁଲିସ ସୁଚନା ମୁତାବକ, ଦୁଇ ଦିନ ତଳେ ଜଣେ ନାବାଳିକାର ଚରିତ୍ର ଉପରେ ସନ୍ଦେହ କରି ଭିକାପଡା ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଗାଁର ମହିଳାମାନେ ଉକ୍ତ ନାବାଳିକାକୁ ଘରୁ ଟାଣି ଆଣି ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ପରେ ଏହି ଘଟଣାକୁ ନେଇ  ଉକ୍ତ ନାବାଳିକ ଜଣକ ଜେଜେ ମା’ଙ୍କ ସହ ମିଶି ଥାନାର ଦ୍ୱାରସ୍ଥ ହୋଇଥିଲେ  । ଅଭିଯୋଗ ପରେ ଗତକାଲି ପୁଲିସ ୧୬ ଜଣ ମହିଳାଙ୍କୁ ଉଠାଇ ନେଇଛି । ସେମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ ।

ପୂର୍ବରୁ ଉକ୍ତ ନାବାଳିକାଙ୍କ ବାପାଙ୍କ ମୃତ୍ୟୁ ଘଟି ଥିବାବେଳେ ମା’ କେଉଁ ଆଡେ ଚାଲିଯାଇଛନ୍ତି । ଏବେ ବାପା-ମା’ ଛେଉଣ୍ଡ ନାବାଳିକାଟି ତା’ର ଜେଜେମା’ ସହ ଗାଁରେ ରହୁଛନ୍ତି ।

The post ଗୋଟିଏ ଗାଁରୁ ବନ୍ଧା ହେଲେ ୧୬ ମହିଳା appeared first on Odisha Reporter.



from Odisha Reporter https://ift.tt/38lVp4n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages