ଗୁଜରାଟ, ନୂଆଦିଲ୍ଲୀ ପରେ ଶାହଙ୍କ ନୂଆ ଠିକଣା ପଶ୍ଚିମବଙ୍ଗ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 19, 2020

ଗୁଜରାଟ, ନୂଆଦିଲ୍ଲୀ ପରେ ଶାହଙ୍କ ନୂଆ ଠିକଣା ପଶ୍ଚିମବଙ୍ଗ!

କୋଲକାତା: ବିଜେପିର ପୂର୍ବତନ ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହ ୨୦୨୧ରୁ ପ୍ରତି ମାସରେ ପଶ୍ଚିମବଙ୍ଗ ଗସ୍ତ କରିବେ। ସର୍ବନିମ୍ନ ୭ ଦିନ ଏହି ଗସ୍ତ ସମୟରେ ରହିବେ। ପଶ୍ଚିମବଙ୍ଗର ବିଜେପି ସଭାପତି ଦିଲ୍ଲୀପ ଘୋଷ ଏହି ସୂଚନା ଦେଇଛନ୍ତି। ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ରହିଛି। ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବା ନେଇ ସମସ୍ତ ପ୍ରକାର ଗୋଟି ଚଳାଇବା ଆରମ୍ଭ କରିଛି। ଏହାକୁ ନଜରରେ ରଖି ଗୁଜରାଟ ଗାନ୍ଧିନଗରର ସାଂସଦ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ଜଣାପଡ଼ିଛି।

ପଶ୍ଚିମବଙ୍ଗ ନିର୍ବାଚନ ଉପରେ ଶାହ ଟିକିନିଖି ନଜର ରଖିବା ସହିତ ପ୍ରତିପକ୍ଷ ଦଳ ଟିଏମସିର ରଣନୀତି ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି। ଗତକାଲି ରାଲି ବେଳେ ଶାହ କହିଛନ୍ତି, ଟିଏମସି ନେତା ମାନେ ଏବେ ବିଜେପି ମୁହାଁ। ଦିଦି (ମମତା)ଙ୍କ ନେତୃତ୍ୱ ଆଉ ପଶ୍ଚିମବଙ୍ଗବାସୀଙ୍କ ପାଇଁ ନୁହେଁ ବରଂ ଭଡ଼ାଟିଆ ଗୁଣ୍ଡାଙ୍କ ପାଇଁ ବୋଲି ଶାହ କହିଥିଲେ। ନିର୍ବାଚନ ବେଳକୁ ଟିଏମସିରେ ମମତାଙ୍କୁ ଛାଡ଼ି ଦେଲେ ଆଉ କେହିନଥିବେ ବୋଲି ଶାହ କହିଥିଲେ।

ଅନ୍ୟପଟେ ବିଜେପି ଦଙ୍ଗାକୁ ପ୍ରୋତ୍ସାହିତ କରୁଥିବା ଦଳ ଏବଂ ବଙ୍ଗଳା ବାହାର ଦଳ ବୋଲି କହି ଅସ୍ମିତାର କାର୍ଡ ଖେଳୁଛି ଟିଏମସି। ସେହିପରି ମୋଦି ସରକାରର ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଟିଏମସି ଗୋଟି ଚଳାଇଛି।

The post ଗୁଜରାଟ, ନୂଆଦିଲ୍ଲୀ ପରେ ଶାହଙ୍କ ନୂଆ ଠିକଣା ପଶ୍ଚିମବଙ୍ଗ! appeared first on Odisha Reporter.



from Odisha Reporter https://ift.tt/3aqqhmT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages