ଚାଷୀଙ୍କ ଚେତାବନୀ- ‘ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଜାରି ରହିବ ରାସ୍ତାରୋକୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 21, 2020

ଚାଷୀଙ୍କ ଚେତାବନୀ- ‘ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଜାରି ରହିବ ରାସ୍ତାରୋକୋ’

ଭଦ୍ରକ(ପାର୍ଥ ସାରଥୀ ନାୟକ): ସ୍ୱୟଂ ସହାୟକ ଗୋଷ୍ଠୀ ବଦଳରେ ସେବା ସମବାୟ ସମିତିକୁ ମିଳୁ ଧାନ କିଣା ଅନୁମତି।  ନଚେତ ପ୍ରାପ୍ୟ ଠିକ୍‌ ସମୟରେ ମିଳିବ ନାହିଁ। ଅଯଥାରେ ହଇରାଣ ହେବୁ। ଏପରି ଅଭିଯୋଗ ଆଣି ରାସ୍ତା ଉପରେ ଧାନ ବସ୍ତା ଓ ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତାରୋକ କରିଛନ୍ତି ଶତାଧିକ ଚାଷୀ ।

ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଭଦ୍ରକ ଚାନ୍ଦବାଲି ଓ ଭଦ୍ରକ ବାସୁଦେବପୁର ରାସ୍ତାର ଇଚ୍ଛାପୁର ଛକ ନିକଟରେ। ଭଦ୍ରକ ଜିଲ୍ଲା ବରହମପୁର ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀମାନେ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବରହମପୁର ସେବା ସମବାୟ ସମିତି ଅଧୀନରେ ବରହମପୁର ଓ କେଦାରପୁର ପଞ୍ଚାୟତର ଚାଷୀମାନେ ପଞ୍ଜୀକୃତ ହୋଇଛନ୍ତି । ସେଠାରୁ ସେମାନେ ବିଭିନ୍ନ ସୁବିଧା ଓ ସୁଯୋଗର ଲାଭ ଉଠାଇଥାନ୍ତି । କିନ୍ତୁ ଚଳିତବର୍ଷ  ସେବା ସମବାୟ ସମିତିକୁ ମିଳିନି ଧାନ କିଣା ଅନୁମତି। ଏହା ବଦଳରେ ବରହମପୁର ପଞ୍ଚାୟତ ପାଇଁ ନିତାଇଗୌର ସ୍ୱୟଂ ସହାୟିକା ଗୋଷ୍ଠୀ ଓ କେଦାରପୁର ପଞ୍ଚାୟତ ପାଇଁ ଓଁ ନମଃ ଶିବାୟ ଗୋଷ୍ଠୀକୁ ଧାନ ସଂଗ୍ରହ ଦାୟିତ୍ୱ ଦିଆଯାଇଛି ।

ତେବେ ଚାଷୀଙ୍କ ଅଭିଯୋଗ ଯେ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ କଲେ ଚାଷୀ ନିଜ ପ୍ରାପ୍ୟ ଠିକ ସମୟରେ ପାଇବେ ନାହିଁ । ସେଥିପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ପୁନଃ ସେବା ସମବାୟ ସମିତିକୁ ଧାନ ସଂଗ୍ରହ ଦାୟିତ୍ୱ ଦେବା ପାଇଁ ସେମାନେ ଦାବି କରିଛନ୍ତି । ନହେଲେ ରାସ୍ତାରୋକ ଜାରି ରହିବ ଓ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ରାସ୍ତାରୋକ ପାଇଁ ଉଭୟ ପାର୍ଶ୍ଵରେ ଗାଡିଗୁଡିକ ଅଟକି ରହିଛି ।

The post ଚାଷୀଙ୍କ ଚେତାବନୀ- ‘ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଜାରି ରହିବ ରାସ୍ତାରୋକୋ’ appeared first on Odisha Reporter.



from Odisha Reporter https://ift.tt/3rdMlY5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages