ଆନ୍ଦୋଳନସ୍ଥଳରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 21, 2020

ଆନ୍ଦୋଳନସ୍ଥଳରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ପଞ୍ଜାବର ଜଣେ ୬୫ ବର୍ଷୀୟ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀ ଜଣଙ୍କ ହେଉଛନ୍ତି ନିରଞ୍ଜନ ସିଂହ। ତାଙ୍କ ଘର ପଞ୍ଜାବର ତରନତାରନ ଅଞ୍ଚଳରେ। ସେ ଗତକାଲି ରାତି ୧୨.୪୫ରେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହରିଆଣାର ରୋହତକରେ ଥିବା ପିଜିଆଇଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିଷ ପିଇବା ପୂର୍ବରୁ ନିରଞ୍ଜନ ଗୋଟିଏ ସୁଇସାଇଡ ନୋଟ୍‌ ଛାଡ଼ିଛନ୍ତି। ଏହାକୁ ପୁଲିସ୍‌ ଜବତ କରି ଅଧିକ ଖୋଳତାଡ଼ ଆରମ୍ଭ କରିଛି। ସେହିପରି ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀଙ୍କ ବୟାନ ମଧ୍ୟ ରେକର୍ଡ କରିବ ବୋଲି କହିଛି।

The post ଆନ୍ଦୋଳନସ୍ଥଳରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ appeared first on Odisha Reporter.



from Odisha Reporter https://ift.tt/38nzr16

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages