ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଲା କାର୍‌, ୫ ଜଣ ଜୀବନ୍ତ ଦଗ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 21, 2020

ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଲା କାର୍‌, ୫ ଜଣ ଜୀବନ୍ତ ଦଗ୍ଧ

ଆଗ୍ରା: ଆଜି ସକାଳୁ ସକାଳୁ ଆଗ୍ରାର ଯମୁନା ଏକ୍ସପ୍ରେସରେ ଛାତି ଥରାଇ ଦେବା ଭଳି ଦୁର୍ଘଟଣା ଘଟିଛି। ଗୋଟିଏ କଣ୍ଟେନର ଟ୍ରକ୍‌ ସାମ୍ନା ପଟୁ ଆସୁଥିବା ଯାତ୍ରାବାହୀ କାର୍‌କୁ ଧକ୍କା ଦେଇଛି। ଦୁର୍ଘଟଣା ପରେ କାର୍‌ରେ ନିଆଁ ଲାଗି ଯିବାରୁ ଏହା ମଧ୍ୟରେ ଥିବା ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କାର୍‌ଟି ଜଳିବା ବେଳେ ଏହା ମଧ୍ୟରେ ଥିବା ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ହେଁ କେହି ବି ଆଗକୁ ସାହାସ କରି ଆସି ନଥିଲେ।

ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ଲକ୍ଷ୍ନୌରେ ରୁହନ୍ତି। ସେମାନେ କାର୍‌ ଯୋଗେ ଆଜି ଭୋର୍‌ରୁ ନୋଏଡା କିମ୍ବା ଦିଲ୍ଲୀ ଯାଉଥିଲେ। ତେବେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେର ଖାଣ୍ଡୌଲି ଅଞ୍ଚଳରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଭୁଲ ରାସ୍ତାରେ ଆସୁଥିବା ଗୋଟିଏ ଟ୍ରକ ସେମାନଙ୍କ କାର୍‌କୁ ସାମ୍ନା ପଟୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟି ହୁ଼ତୁହୁତୁ ହୋଇ ଜଳିବା ଆରମ୍ଭ କରିଥିଲା। ଏହା ଦେଖି କାର୍‌ ମଧ୍ୟରେ ଫସିଥିବା ଲୋକମାନେ ସହଯୋଗ ପାଇଁ ଚିତ୍କାର କରିଥିଲେ। ହେଲେ ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ କେହି ବି ଏହା ପାଖକୁ ଯାଇ ସହଯୋଗ କରିବାକୁ ସାହାସ କରିପାରି ନଥିଲେ।

ଫଳରେ କାର ମଧ୍ୟରେ ଥିବା ସମସ୍ତ ୫ ଜଣ ନିଆଁରେ ପୋଡ଼ି ହୋଇ ଆଖି ବୁଜିଥିଲେ। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ରହିଛନ୍ତି। ପୁଲିସ୍‌ ଘଟଣା ଘଟିବାର ଗୋଟିଏ ଘଣ୍ଟା ପରେ ଘଟଣାସ୍ଥଳକୁ ଆସି ବ୍ୟାରିକେଡ୍‌ କରି ତଦନ୍ତ ଆରମ୍ଭ କରିଥିବା ସ୍ଥାନୀୟ ଲୋକ କହିଛନ୍ତି।

The post ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଲା କାର୍‌, ୫ ଜଣ ଜୀବନ୍ତ ଦଗ୍ଧ appeared first on Odisha Reporter.



from Odisha Reporter https://ift.tt/3rjrLp5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages