କ’ଣ ରହିଛି ପିଜୁଳି ପତ୍ର ଚା’ର ଫାଇଦା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 18, 2020

କ’ଣ ରହିଛି ପିଜୁଳି ପତ୍ର ଚା’ର ଫାଇଦା?

ଯେତେବଳେ ପିଜୁଳି କଥା ମନେପଡେ ସେତେବେଳେ ତା’ ସ୍ୱାଦକୁ ନେଇ ଚର୍ଚ୍ଚା ହୋଇଥାଏ । ଏହା ଖାଇବାକୁ ଯେତିକି ସୁଆଦିଆ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ । ପିଜୁଳି ପରି ତା’ ପତ୍ର ମଧ୍ୟ ଆମ ଶରୀର ପାଇଁ ବେଶ ଗୁଣକାରୀ । ପିଜୁଳି ପତ୍ରରେ ଏଭଳି ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ପିଜୁଳିଠାରୁ ମଧ୍ୟ ଅଧିକ ଉପଯୋଗୀ । ପିଜୁଳି ପତ୍ରର ଔଷଧୀୟଗୁଣ ଯୋଗୁଁ ଏହାକୁ ଅନେକ ଚା’ ରୂପେ ମଧ୍ୟ ବ୍ୟବହାର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ପିଜୁଳି ପତ୍ର ଚା’ କିଭଳି ପ୍ରସ୍ତୁତ ହୁଏ ଏବଂ ଏହାର କ’ଣ ସବୁ ଫାଇଦା ରହିଛି ।

ସାମଗ୍ରୀ-୧୦ଟି ପିଜୁଳି ପତ୍ର, ୧/୩ ଚାମଚ ଚାହାପତି, ୧/୨ କପ ପାଣି, ଏକ ଚାମଚ ମହୁ।

ପ୍ରଣାଳୀ-ପ୍ରଥମେ ପିଜୁଳି ପତ୍ରକୁ ଭଲଭାବ ଧୋଇଦିଅନ୍ତୁ। ସସପ୍ୟାନରେ ଦେଢ଼ କପ ପାଣିକୁ ୧ ମିନିଟ ଯାଏ ଫୁଟାଇବା ପରେ ଏଥିରେ ପିଜୁଳି ପତ୍ର ପକାନ୍ତୁ । ପରେ ଏଥିରେ ଚାହାପତି ପକାନ୍ତୁ । ୧୦ ମିନିଟ ଯାଏଁ ଏହାକୁ ଫୁଟାନ୍ତୁ । ଫୁଟିଗଲା ପରେ କପକୁ ଛାଣି ଏଥିରେ ମହୁ ମିଶାଇ ପୁଅନ୍ତୁ ।

  • ଶରୀରରେ କୋଲେଷ୍ଟ୍ରୋଲ ବଢ଼ିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦିଏ। ବିଶେଷକରି କୋଲେଷ୍ଟ୍ରୋଲ ବଢ଼ିବା ହୃଦୟ ପାଇଁ ଅଧିକ ହାନୀକାରକ। ତେଣୁ ପ୍ରତିଦିନ ଏକ କପ୍ ପିଜୁଳି ପତ୍ରରେ ତିଆର ଚା’ ପିଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା କମ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
  • ପିଜୁଳି ପତ୍ରରେ ତିଆରି ଚା’ ପିଇବା ଦ୍ୱାରା ଡାଇବେଟିସ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ଯେଉଁମାନଙ୍କ ଟାଇପ-୨ ଡାଇବେଟିସ ସମସ୍ୟା ରହିଛି, ସେମାନେ ପ୍ରତିଦିନ ପିଜୁଳି ପତ୍ରରେ ତିଆରି ଚା’ ପିଇବା ଉଚିତ। ଏହା ଶରୀରରେ ସୁଗାର ଲେବୁଲକୁ କଣ୍ଟ୍ରୋଲ କରିଥାଏ।
  • ପିଜୁଳି ପତ୍ରରେ ଥିବା ଔଷଧୀୟଗୁଣ ରକ୍ତକୁ ସଫା ରଖିବାରେ ମଧ୍ୟ କାମ କରେ। ସାଧାରଣତଃ ଶରୀରରେ ଟକ୍ସିନ ମାତ୍ରା ବଢ଼ିଲେ ମୁହଁରେ ବ୍ରଣ ସମସ୍ୟା ଉତ୍ପନ୍ନ ହୁଏ। ପିଜୁଳି ପତ୍ର ଚା’ ଶରୀରରୁ ଟକ୍ସିନ ମାତ୍ରାକୁ ବାହାର କରିବାରେ ସହାୟକ ହୁଏ। ଏଥିସହ ବ୍ରଣ ଏବଂ ମୁହଁରେ ହେଉଥିବା କଳା ଦାଗ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।
  • ଆଜିକାଲି କେଶ ଝଡିବା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ଅନେକ କସମେଟିକ ସାମଗ୍ରୀ ବ୍ୟବହାର କରୁଛନ୍ତି। କିନ୍ତୁ ପିଜୁଳି ପତ୍ର ଚା’ ପିଇବା ଦ୍ୱାରା କେଶ ଝଡିବା ଅନେକ ମାତ୍ରାରେ କମ ହୋଇଯାଇଥାଏ ବୋଲି ବିଶେଷଜ୍ଞମାନ ମତ ଦେଇଛନ୍ତି। ପ୍ରତିଦିନ ପିଜୁଳି ପତ୍ର ଚା’ ପିଇବା ସହ ପିଜୁଳି ପତ୍ର ରସକୁ କେଶ ମୂଳରେ ମାଲିସ କରିବା ଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ।
  • ପିଜୁଳି ପତ୍ର ଚା’ ପେଟ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଗ୍ୟାସ, କୋଷ୍ଟକାଠିନ୍ୟ ଭଳି ରୋଗ ପାଇଁ ଏହା ରାମବାଣ ସଦୃଶ୍ୟ। ପ୍ରତିଦିନ ଏକ କପ୍ ପିଜୁଳି ପତ୍ରରେ ତିଆରି ଚା’ ପିଇଲେ ପେଟ ଜନିତ ସମସ୍ତ ରୋଗରୁ ମୁକ୍ତି ମିଳିପାରିବ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଶରୀରରୁ ଟକ୍ସିନ ମାତ୍ରା ବାହାର କରିବା ସହ ପେଟକୁ ଥଣ୍ଡା ରଖିଥାଏ।

The post କ’ଣ ରହିଛି ପିଜୁଳି ପତ୍ର ଚା’ର ଫାଇଦା? appeared first on Odisha Reporter.



from Odisha Reporter https://ift.tt/3p6h1sd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages