କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଗତ ରାତିରେ ଲଙ୍କାକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। କାମାକ୍ଷାନଗର ଅଁଳାବେରଡ଼ି OTPCL କ୍ୟାମ୍ପ୍ ଅଫିସ୍ ପରିସରରେ ଥିବା ୬ଟି ଜେସିବିକୁ ଦୁବୃର୍ତ୍ତମାନେ ଜାଳି ଦେଇଛନ୍ତି।
ଗତ ରାତିରେ କିଛି ଦୁବୃର୍ତ୍ତ ପ୍ଲାଣ୍ଟ ପରିସରରେ ପଶି ଏଭଳି ତୁମୁଳକାଣ୍ଡ ଘଟାଇଥିଲେ ମଧ୍ୟ କେହି ଏହାର ଟେର ପାଇପାରି ନ ଥିଲେ। କିଏ ଓ କାହିଁକି ଏଭଳି ଘଟଣା ଘଟାଇଲା, ସେ ନେଇ କୌଣସି ସୂଚନା ମିଳିପାରିନି। ପୁଲିସ୍କୁ ଏନେଇ ଅବଗତ କରାଯାଇଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।
The post ରାତାରାତି ଜାଳିଦେଲେ ୬ ଜେସିବି appeared first on Odisha Reporter.
from Odisha Reporter https://ift.tt/3p9KDou
No comments:
Post a Comment