ରାଉରକେଲା(ପବନ ତିୱାରୀ):ରାଉରକେଲାରେ ଖୁଲମଖୁଲା ଅପରାଧ ଘଟଣା ବଢ଼ିଚାଲିଥିବା ବେଳେ ଅପରାଧିର ଟେର ପାଉନି ପୁଲିସ୍। ଗତରାତିରେ ଗୁଳିମାଡ଼ କରି ଜଣେ ସୁନା ଦୋକାନୀଙ୍କୁ ହତ୍ୟା କରାଯାଇଥିବା ବେଳେ ଆଜି ସକାଳୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ରାସ୍ତା କଡ଼ରୁ ଉଦ୍ଧାର ହୋଇଛି । ଉଭୟ ଘଟଣାରେ ଅଭିଯୁକ୍ତର ଟେର ପାଉନି ପୁଲିସ୍।
ସୂଚନାଯୋଗ୍ୟ, ବନ୍ଧମୁଣ୍ଡା ଥାନା ମିଲନନଗର ନିକଟ ରାସ୍ତାକଡ଼ରେ ଆଜି ସକାଳୁ ଜଣେ ବ୍ୟକ୍ତିଙ୍କ ମୃତଦେହର ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ମୃତଦେହ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ପାଖରେ ଏକ ରକ୍ତ ଲାଗିଥିବା ପଥର ପଡ଼ି ରହିଛି। ଉକ୍ତ ପଥରରେ ଛେଚି ଯୁବକଙ୍କୁ ହତ୍ୟା କରଯାଇଥିବା ଅନୁମାନ କରାଯାଉଛି। ଯୁବକଜଣଙ୍କ ପରିଚୟ ମିଳିପାରିନି। ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଲାଇଛି ପୋଲିସ୍ ।
The post ରାସ୍ତା କଡ଼ରୁ ମିଳିଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/3r5yXoR
No comments:
Post a Comment