କେନ୍ଦୁଝର (ପ୍ରଣୟ ପାଣି): ଘର ଉପରକୁ ଟ୍ରକ୍ ମାଡ଼ି ଯିବାରୁ କାନ୍ଥ ଭୁଶୁଡ଼ି ୩ ଜଣ ଗୁରୁତର ହୋଇଛନ୍ତି। ଘଟଣାଟି ଘଟିଛି କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଷଠୀଘର ସାହିରେ।
ଗତକାଲି ବିଳମ୍ବିତ ରାତି ଏହି ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଆସୁଥିବା ମହୁଲ ବୋଝେଇ ଟ୍ରକ୍ଟି ଭାରସାମ୍ୟ ହରାଇ ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ମହେଶ ପାତ୍ରଙ୍କ ଘରକୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଥିଲା। ସେତେବେଳେ ମହେଶ, ତାଙ୍କ ସ୍ତ୍ରୀ ଓ ୭ ବର୍ଷର ଝିଅ ଶୋଇଥିଲେ। କାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡ଼ିଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ପରେ ମହେଶ ଓ ଅନ୍ୟ ଦୁଇ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଖବର ପାଇ ପୁଲିସ୍ ଓ ଦମକଳ ବାହିନୀ ସେଠାରେ ପହଞ୍ଚିଥିଲେ।
ଟ୍ରକ୍ ଧକ୍କାରେ ଘରଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ସେହିପରି ଘରକୁ ଧକ୍କା ଦେବା ପରେ ଟ୍ରକ୍ଟି ଓଲଟି ପଡ଼ିଥିଲା।
The post ଘର ଉପରକୁ ମାଡ଼ି ଗଲା ଟ୍ରକ୍ appeared first on Odisha Reporter.
from Odisha Reporter https://ift.tt/3meupJd
No comments:
Post a Comment