ଟିଣ ବାକ୍ସରୁ ମିଳିଲା ୩ କୋଟି ଟଙ୍କାର ଗଞ୍ଜେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 7, 2020

ଟିଣ ବାକ୍ସରୁ ମିଳିଲା ୩ କୋଟି ଟଙ୍କାର ଗଞ୍ଜେଇ

ଆସକା(ମନୋଜ ମୁନୀ): ଟିଣ ବାକ୍ସରୁ ଥିଲା ୩୦ କ୍ୱିଣ୍ଟାଲ୍‌ ଗଞ୍ଜେଇ। ଯାହାର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୁଲିସ କୃଷ୍ଣପୁର ଗାଁରୁ ଆସିଛି ଏପରି ଖବର। ପୁଲିସ ଗଞ୍ଜେଇ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କୃଷ୍ଣପୁର ଗାଁରେ ଗଞ୍ଜେଇ ଗଚ୍ଛିତ ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହା ପରେ ପୁଲିସ ଓ ଅବକାରୀ ଟିମ୍‌ ମିଳିତ ଭାବେ ଗତକାଲି ଉକ୍ତ ଗାଁରେ ୬ଟି ଘରେ ଚଢ଼ଉ କରି ଟିଣ ବାକ୍ସରେ ଗଚ୍ଛିତ ଥିବା ୩୦ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ କରିଥିଲା। ଚଢ଼ଉ ସମୟରେ ଘରଲୋକ ଫେରାର ହୋଇଯାଇଥିଲେ। ପାଟପୁର ଥାନାରେ ଏନେଇ ଏକ ମମାଲ ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି। ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ନେତୃତ୍ୱରେ ପୁଲିସ ଏସଆଇଟି ଟିମ୍‌ ସହ ପାଟପୁର, ଆସିକା, ଶେରଗଡ଼, ସୋରଡ଼ା ଥାନା ପୁଲିସ ଏବଂ ବ୍ରହ୍ମପୁର ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରିଥିଲା।

ସୂଚନାରୁ ପ୍ରକାଶ, ଗଞ୍ଜେଇକୁ ତପ୍ତପାଣି ଅଞ୍ଚଳର ଟି.ଗୋବିନ୍ଦପୁର ପାଖ ଜଙ୍ଗଲରେ ୨୦ ଏକର ଜଙ୍ଗଲ ଜମିରେ ଗଞ୍ଜାଇ ଚାଷ ହେଉଥିଲା। ଏନେଇ ଖବର ପାଇ ପୂର୍ବରୁ ପୁଲିସ ଓ ଅବକାରି ବିଭାଗ ମିଳିତ ଭାବେ ଚଢ଼ଉ କରି ଗଞ୍ଜେଇ ଚାଷକୁ ନଷ୍ଟ କରିଦେଇଥିଲେ। ତେବେ ଚଢ଼ଉ ପୂର୍ବରୁ କେତେକ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ କାଟି କୃଷ୍ଣପୁର ଗାଁରେ ଗଚ୍ଛିତ ରଖିଥିବା ଆଲୋଚନା ହେଉଥିଲା।

 

The post ଟିଣ ବାକ୍ସରୁ ମିଳିଲା ୩ କୋଟି ଟଙ୍କାର ଗଞ୍ଜେଇ appeared first on Odisha Reporter.



from Odisha Reporter https://ift.tt/33UTKl3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages