୧୩ ଚାଷୀଙ୍କ ନାଁରେ ପୁଲିସ୍‌ ରୁଜୁ କଲା ହତ୍ୟା ଉଦ୍ୟମ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 23, 2020

୧୩ ଚାଷୀଙ୍କ ନାଁରେ ପୁଲିସ୍‌ ରୁଜୁ କଲା ହତ୍ୟା ଉଦ୍ୟମ ମାମଲା

ଅମ୍ବାଲା: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ହରିଆଣାର ୧୩ ଜଣ ଚାଷୀଙ୍କ ନାଁରେ ପୁଲିସ୍‌ ହତ୍ୟା ଉଦ୍ୟମ ଓ ଦଙ୍ଗା ସୃଷ୍ଟି କରିବା ଭଳି ମାମଲା ରୁଜୁ କରିଛି। ଏହି ଚାଷୀମାନେ କୃଷି ଆଇନକୁ ବିରୋଧ କରି ଗତକାଲି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟରଙ୍କ କନଭୟକୁ ଅମ୍ବାଲା ଠାରେ ଅଟକାଇ ଥିଲେ। ତାଙ୍କୁ ଚାଷୀମାନେ କଳା ପତାକା ଦେଖାଇଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ବେଶ ହଟହଟା ହେବାକୁ ପଡ଼ିଥିଲା।

ଆଜି ଏହି ଘଟଣାକୁ କେନ୍ଦ୍ର କରି ହରିଆଣା ପୁଲିସ୍‌ ୧୩ ଜଣ ଚାଷୀଙ୍କ ନାଁରେ ଆଇପିସିର ଧାରା ୧୪୭, ୧୪୮, ୧୪୯, ୧୮୬, ୩୦୭, ୩୫୩ ଓ ୫୦୬ରେ ମାମଲା କରିଛି।

ତେବେ ପୁଲିସ୍‌ର ଏଭଳି କାର୍ଯ୍ୟପନ୍ଥାକୁ ବିରୋଧୀ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ହରିଆଣା କଂଗ୍ରେସ ମୁଖ୍ୟ କୁମାରୀ ସେଲଜା କହିଛନ୍ତି, ଏହା ସରକାରଙ୍କ ହତାଶ ଭାବକୁ ପ୍ରଦର୍ଶନ କରୁଛି। ଚାଷୀଙ୍କ ବିରୋଧରେ ମାମଲା ରୁଜୁ କରି ହରିଆଣା ସରକାର ସବୁ ସୀମା ଟପି ଯାଇଛନ୍ତି।

ଗଣତନ୍ତ୍ରରେ ସମସ୍ତଙ୍କର ସ୍ୱାଧୀନତା ରହିଛି। ଯେତେବେଳେ ଲୋକଙ୍କ ସ୍ୱରକୁ ଚାପି ଦିଆଯାଏ ସେତେବେଳେ ସେମାନେ ନିଜର ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇ ଥାଆନ୍ତି। ବିଜେପି ସରକାର ଦ୍ୱାରା ଚାଷୀଙ୍କ ସ୍ୱରକୁ ଚାପି ଦିଆଯାଉଛି। ଖାସ ଏହି କାରଣ ପାଇଁ ଅମ୍ବାଲାରେ ଚାଷୀମାନେ ମନୋହର ଲାଲ ଖଟରଙ୍କୁ କଳା ପତାକା ଦେଖାଇଥିଲେ ବୋଲି ସେ କହିଛନ୍ତି।

The post ୧୩ ଚାଷୀଙ୍କ ନାଁରେ ପୁଲିସ୍‌ ରୁଜୁ କଲା ହତ୍ୟା ଉଦ୍ୟମ ମାମଲା appeared first on Odisha Reporter.



from Odisha Reporter https://ift.tt/3mPQQoa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages