ଆବଶ୍ୟକ ସାମଗ୍ରୀ: ସିମେଇ, ଘିଅ, ବାସୁମତୀ ଚାଉଳ, କ୍ଷୀର, ଚିନି, କାଜୁ, ଖିସମିସ୍, ଗୁଜରାତି ଗୁଣ୍ଡ, ମିଲ୍କମେଡ, ଡାଳିମ୍ବ ମଞ୍ଜି ଓ କେସର।
ପ୍ରସ୍ତୁତି ପ୍ରଣାଳୀ: କରେଇରେ ତେଲ ଗରମ କରି ସିମେଇ ଓ ଅଳ୍ପ ଘିଅ ଦେଇ ଭଲଭାବେ ଭାଜନ୍ତୁ। ସିମେଇ ଭଲ ଭାବେ ଭାଜି ହୋଇଗଲା ପରେ ମିଲ୍କମେଡ ଦେଇ ଘାଣ୍ଟନ୍ତୁ। ସିମେଇ ହୋଇଗଲା ପରେ ତାକୁ ଏକ ବାଓଲରେ ପଲିଥିନ ଦେଇ ଗୋଲ ସେପ୍ କରି ଦିଅନ୍ତୁ। ଏହାପରେ ସିମେଇ ବାଓଲକୁ ଫ୍ରିଜରରେ ୧୦ ମିନିଟ ରଖି ତା’ ପରେ ବାଓଲରୁ ସିମେଇ ବ୍ୟବହାର କରି ଦିଅନ୍ତୁ।
ପରେ ବାସୁମତୀ ଚାଉଳକୁ ଶିଝାଇ ବାହାର କରି ରଖନ୍ତୁ। କରେଇରେ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ଫୁଟିବା ପରେ ମିଲ୍କମେଡ ଓ ସିଝା ବାସୁମତୀ ଚାଉଳ ପକାଇ ଭଲ ଭାବେ ଗୋଳାନ୍ତୁ। କ୍ଷୀର ବହଳ ହୋଇଯିବା ପରେ ସେଥିରେ ଅଳ୍ପ ଚିନି, କାଜୁ, ଖିସମିସ୍, ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ।
ଏହାପରେ ପ୍ରସ୍ତୁତ ସିମେଇ ବାଓଲରେ କ୍ଷୀରିକୁ ଢାଳି ତା’ ଉପରେ କାଜୁ, ଖିସମିସ୍, ଡାଳିମ୍ବ ମଞ୍ଜି ଓ କେସର ପକାନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବ ବାର୍ଡ ନେଷ୍ଟ
The post ଘରେ ପ୍ରସ୍ତୁତ କରନ୍ତୁ ବାର୍ଡ ନେଷ୍ଟ appeared first on Odisha Reporter.
from Odisha Reporter https://ift.tt/3rsq2Oa
No comments:
Post a Comment