ସାଢ଼େ ୭ ଘଣ୍ଟା ବୈଠକରେ ସରକାର ଓ ଚାଷୀଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 3, 2020

ସାଢ଼େ ୭ ଘଣ୍ଟା ବୈଠକରେ ସରକାର ଓ ଚାଷୀଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା?

ନୂଆଦିଲ୍ଲୀ: ଗୁରୁବାର ଚାଷୀ ସଂଗଠନ ଏବଂ କେନ୍ଦ୍ର ସରକାର ମଧ୍ୟରେ ସାଢ଼େ ୭ ଘଣ୍ଟା ଧରି ବୈଠକ ବସିଥିଲା। ଏହା ଚତୁର୍ଥ ପର୍ଯ୍ୟାୟ ବୈଠକ ହୋଇଥିଲା। ଆଲୋଚନା ଯଦିଓ ସକାରାତ୍ମକ ଥିଲା ହେଲେ କୌଣସି ନିର୍ଯାସ ବାହାରିନି। ସେଥିପାଇଁ ୫ ତାରିଖ ଦିନ ଆଉ ଏକ ବୈଠକ ବସିବ। ତେବେ ଏହି ଆଲୋଚନା ବେଳେ ଚାଷୀ ସଂଗଠନ ସରକାରଙ୍କ ଆଗରେ ୩୯ଟି ପଏଣ୍ଟ ଜରିଆରେ ନିଜର ଦାବି ରଖିଥିଲେ।

ସରକାରଙ୍କ ଆଗରେ ତିନି ଆଇନକୁ ରଦ୍ଦ କରିବା ପାଇଁ ଦାବି କରିଥିଲେ ଚାଷୀ। ୩୯ଟି ପଏଣ୍ଟ ଜରିଆରେ କୃଷି ଆଇନକୁ ବିରୋଧ କରିଥିଲେ ଚାଷୀ।

ତେବେ ସରକାର ଅନେକ ଦାବିକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ତିନି କୃଷି ଆଇନରେ ଥିବା ତ୍ରୁଟି ଦୂର କରିବାକୁ ସରକାର ସୁନିଶ୍ଚିତ କରାଇଛନ୍ତି। ଏମଏସପି ଗ୍ୟାରେଣ୍ଟି ଦେବା ପାଇଁ ଚାଷୀମାନେ ଏକ ନୂଆ ଆଇନ ଦାବି କରି ଏହାକୁ ସାରା ଦେଶରେ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ। ଏହା ସହିତ ଏମଏସପି ଅଧୀନରେ ଫସଲ ପରିସର ବୃଦ୍ଧି କରିବାକୁ ଦାବି ହୋଇଛି। ଆଉ ସରକାର ମଧ୍ୟ ଏହାକୁ ସକାରାତ୍ମକ ସହିତ ଗ୍ରହଣ କରିଥିବା ସୂଚନା ରହିଛି।

ଚୁକ୍ତିଭିତ୍ତିକ ଚାଷ ସହ ଜଡିତ ସମସ୍ତ ଦାବିକୁ କୃଷକମାନେ ସରକାରଙ୍କ ଆଗରେ କହିଥିଲେ। ଏହାପରେ ଚୁକ୍ତି ଭିତ୍ତିକ ଆଇନ ମଧ୍ୟରେ ଥିବା ବିବାଦର ଶୁଣାଣି ଏସଡିଜିଏମ କୋର୍ଟ ପର୍ଯ୍ୟନ୍ତ ନରଖି ଉପର କୋର୍ଟକୁ ଯିବା ପାଇଁ ଦାବି ହୋଇଛି। ଏହାବାଦ୍ ପୁଲିସରେ ଏଫଆଇଆରକୁ ମଧ୍ୟ ସରକାର ଗ୍ରହଣ କରିଛନ୍ତି। ପୂର୍ବରୁ ମାମଲା କେବଳ ଏସଡିଜିଏମରେ ଥିଲା ଏବେ ଚାଷୀମାନେ ଏଫଆଇଆର ସହିତ ଉପର କୋର୍ଟକୁ ଯିବା ପାଇଁ ସରକାର ନିୟମରେ ରଖିବା ଦରକାର ବୋଲି ଦାବି କରିଛନ୍ତି।

ବୈଠକ ପରେ ଚାଷୀ ସଂଗଠନର ମୁଖିଆ ମାନେ କହିଛନ୍ତି, ଏମଏସପିକୁ ବୈଧାନିକ କ୍ଷମତା ଦିଆଯାଉ। ଏଥିସହ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ବସିବା ଦରକାର। ଯଦି ସରକାର ଦାବି ନଶୁଣିବେ ତାହେଲେ ଦେଶବ୍ୟାପୀ ଆନ୍ଦୋଳନ ହେବ ବୋଲି କହିଛନ୍ତି। ଅନ୍ୟପଟେ ସରକାର କହିଛନ୍ତି ଯେତେବେଳେ ଆଲୋଚନା ପାଇଁ ସରକାର ରାଜି ସେତେବେଳେ ଏଭଳି ଦାବି ଉଠିବା ଠିକ୍ ନୁହଁ। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଏମଏସପି ଏବଂ ଏପିଏମସି ଆଇନକୁ ସରକାର ମଜବୁତ କରିବେ ବୋଲି କହିଛନ୍ତି।

The post ସାଢ଼େ ୭ ଘଣ୍ଟା ବୈଠକରେ ସରକାର ଓ ଚାଷୀଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା? appeared first on Odisha Reporter.



from Odisha Reporter https://ift.tt/36EBGxq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages