ଆଗ୍ରା: ଉତ୍ତର ପ୍ରଦେଶରେ ବଳପୂର୍ବକ ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ଲାଗୁ ହୋଇଥିବା ନୂଆ ଆଇନ ବଳରେ ପୁଲିସ୍ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଆଇନ ବଳରେ ଗୋଟିଏ ପରିବାରର ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ପୁଲିସ୍ ଗିରଫ କରି ଜେଲ ହାଜତକୁ ପଠାଇଥିବା ବେଳେ ଆଉ ୫ ଜଣଙ୍କୁ ଖୋଜୁଛି। ସେମାନଙ୍କ ବିଷୟରେ ସୂଚନା ଦେଲେ ୨୫ ହଜାର ଟଙ୍କା ଲେଖାଏ ମିଳିବ ବୋଲି ପୁଲିସ୍ ଘୋଷଣା କରିଛି।
ଜଣେ ୨୧ ବର୍ଷୀୟ ହିନ୍ଦୁ ଯୁବତୀ ମାସକ ତଳେ ତାଙ୍କ ଘରୁ ଚାଲି ଯାଇଥିଲେ। ଏହାପରେ ସେ ଦିଲ୍ଲୀର ଜଣେ ମୁସଲିମ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଏ ସମ୍ପର୍କରେ ମୁସଲିମ ଯୁବକଙ୍କ ଓକିଲ ଦିଲ୍ଲୀରୁ ଉତ୍ତର ପ୍ରଦେଶର ଏଟାରେ ଥିବା ମହିଳାଙ୍କ ପରିବାରଙ୍କ ପାଖକୁ ଚିଠି ଲେଖିଥିଲେ। ସେ କହିଥିଲେ ଯେ ଝିଅ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିବା ସହ କୋର୍ଟରେ ବିବାହ କରିଛନ୍ତି।
ତେବେ ମହିଳାଙ୍କ ବାପା ଏହାକୁ ଗ୍ରହଣ କରି ନଥିଲେ। ସେ ତୁରନ୍ତ ବାହାଘର ପାଇଁ ମୁସଲିମ ଯୁବକ ତାଙ୍କ ଝିଅକୁ ଅପହରଣ କରି ବଳପୂର୍ବକ ଧର୍ମ ପରିବର୍ତ୍ତନ କରିଥିବା ପୁଲିସ ନିକଟରେ ଏଫଆଇଆର ଦେଇଥିଲେ। ଏହି ଅଭିଯୋଗ ପରେ ପୁଲିସ୍ ଆକ୍ସନ ମୋଡକୁ ଆସି ମାମଲା ରୁଜୁ କରିଥିଲା।
ଗତ ସପ୍ତାହରେ ଜାଲେସର ପୁଲିସ୍ ଷ୍ଟେସନରେ ମହିଳାଙ୍କ ସ୍ୱାମୀ ୨୫ ବର୍ଷୀୟ ମହମ୍ମଦ ଜାଭେଦଙ୍କ ପରିବାରର ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ଶନିବାର ଓ ରବିବାର ପୁଲିସ୍ ଜାଭେଦଙ୍କର ୬ ଜଣ ସମ୍ପର୍କୀୟଙ୍କୁ ଗିରଫ କରିଛି।
ତେବେ ଜାଭେଦ ଓ ତାଙ୍କର ଆଉ ୪ ସମ୍ପର୍କୀୟ ଫେରାର ଅଛନ୍ତି। ଏବେ ଫେରାର ୫ ଜଣଙ୍କୁ ଧରିବା ପାଇଁ ପୁଲିସ୍ ୨୫ ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ଘୋଷଣା କରିଛି। ଏମାନଙ୍କ ନାଁରେ ଅପହରଣ ସହ ଉତ୍ତର ପ୍ରଦେଶରେ ଜାରି ନୂଆ ଧର୍ମ ପରିବର୍ତ୍ତନ ନିରୋଧ ଆଇନ ଅନୁଯାୟୀ ମାମଲା କରାଯାଇଛି।
ପୁଲିସ୍ କହିଛି ଯେ ନଭେମ୍ବର ୧୭ରୁ ଯୁବତୀ ଜଣଙ୍କ ନିଖୋଜ ଥିଲେ। ହେଲେ ପରିବାର ଲୋକ ପୁଲିସ୍ ନିକଟରେ ଏ ସମ୍ପର୍କରେ କୌଣସି ଅଭିଯୋଗ କରି ନଥିଲେ। ତେବେ ଗୁରୁବାର ଜାଭେଦଙ୍କ ଓକିଲଙ୍କ ଚିଠି ପରେ ସେମାନେ ପୁଲିସ୍ରେ ଅଭିଯୋଗ କରିଥିଲେ। ଜାଭେଦ ଗୋଟିଏ କପଡ଼ା ଦୋକାନର ମାଲିକ। ସେ ଯୁବତୀଙ୍କ ଏଟା ସ୍ଥିତ ଘର ନିକଟରେ ରହୁଥିଲେ।
The post ଲଭ ଜିହାଦ ପାଇଁ ନୂଆ ଆଇନ: ପରିବାରର ୧୧ ଜଣଙ୍କ ନାଁରେ ମାମଲା, ଜେଲ୍ରେ ୬ appeared first on Odisha Reporter.
from Odisha Reporter https://ift.tt/3h8JtXA
No comments:
Post a Comment