ଘାରିଲା ନକ୍ସଲ ଧମକ, ରାତିରାତି ଗାଁ ଛାଡ଼ିଲେ ପରିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 21, 2020

ଘାରିଲା ନକ୍ସଲ ଧମକ, ରାତିରାତି ଗାଁ ଛାଡ଼ିଲେ ପରିବାର

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ଇନଫର୍ମର ସନ୍ଦେହରେ ଗାଁ ଛାଡ଼ି ଦେବାକୁ ଖୋଲାଖୋଲି ଧମକ ଦେଲେ ନକ୍ସଲ। ଶେଷରେ ବାଧ୍ୟ ହୋଇ ରାତାରାତି ପରିବାର ସହ  ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସନ୍ୟାଷିଗୁଡା ଗାଁର ମାନୁ ଗୋଲରି।

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡା ଗ୍ରାମରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟର ପଛରେ ମାନୁ ଗଲୋରୀ ପୁଲିସ୍‌ ଇନଫର୍ମର ଭାବେ କାମ କରିଥିବା ସନ୍ଦେହ କଲେ ନକ୍ସଲ। ଶେଷରେ ୩ଦିନ ପୂର୍ବରୁ ନକ୍ସଲ ପନ୍ଥି ସ୍ୱାଭିମାନ ଅଞ୍ଚଳ ସନ୍ୟାଷିଗୁଡା ଗାଁରେ ପହଞ୍ଚିଥିଲେ। ସେଠାରେ ପ୍ରଜାକୋର୍ଟ କରି ମାନୁ ଗୋଲରିଙ୍କୁ ଗାଁ ଛାଡିବା ପାଇଁ ଧମକ ଦେଇଥିଲେ।

ଜୀବନକୁ ବଞ୍ଚାଇବା ଗତ  ରାତିରେ ମାନୁ ଗଲୋରି ନିଜ ପରିବାର ସ୍ତ୍ରୀ ଓ ଝିଅ ସହ ଭୟଭୀତ ଅବସ୍ଥାରେ କାଇମାଟି ଗ୍ରାମସ୍ଥିତ ନିଜ ସମ୍ପର୍କୀୟ ଘରେ ପହଞ୍ଚିଥିଲେ। ମାତ୍ର ସେଠାରେ ନିଜକୁ ଅସୁରକ୍ଷିତ ଅନୁଭବ କରି ଚିତ୍ରକୋଣ୍ଡା ଅଭିମୁଖେ ଯାତ୍ରା କରିଥିବା ଜଣାଯାଇଛି।

ମାନୁଙ୍କ କହିବା ଅନୁଯାୟୀ, କିଛି ଦିନ ପୂର୍ବରୁ ଲାଲବାହିନୀ ଆସି ଗାଁରେ ପ୍ରଜାକୋର୍ଟ କରି ଗାଁ ଛାଡିବାକୁ ଧମକ ଦେଇଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ଗାଁ ଛାଡିବାକୁ ବାଧ୍ୟ ହେଲୁ।

The post ଘାରିଲା ନକ୍ସଲ ଧମକ, ରାତିରାତି ଗାଁ ଛାଡ଼ିଲେ ପରିବାର appeared first on Odisha Reporter.



from Odisha Reporter https://ift.tt/3mEGCXL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages