ଦିଲ୍ଲୀରୁ ଧରାପଡ଼ିଲା ୧୯ ବର୍ଷ ହେଲା ଫେରାର ଥିବା ଆତଙ୍କୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ଦିଲ୍ଲୀରୁ ଧରାପଡ଼ିଲା ୧୯ ବର୍ଷ ହେଲା ଫେରାର ଥିବା ଆତଙ୍କୀ

ନୂଆଦିଲ୍ଲୀ: ଷ୍ଟୁଡେଣ୍ଟ ମୁଭମେଣ୍ଟ ଅଫ ଇଣ୍ଡିଆ(ସିମି)ର କୁଖ୍ୟାତ ଆତଙ୍କବାଦୀ ଅବଦୁଲ୍ଲା ଡାନିସ ଦିଲ୍ଲୀରୁ ଧରାପଡ଼ିଛି। ସେ ଦୀର୍ଘ ୧୯ ବର୍ଷ ହେଲା ଫେରାର ରହିଥିଲା। ତେବେ ଦିଲ୍ଲୀ ପୁଲିସ୍‌ ତା’କୁ ଏବେ ଗିରଫ କରିବାରେ ସକ୍ଷମ ହୋଇଥିବା କହିଛି।

ସ୍ପେଶାଲ ସେଲ୍‌ର ପୁଲିସ ଅଧିକାରୀ ପ୍ରମୋଦ ସିଂହ କୁଶୱା କହିଛନ୍ତି, ୫୮ ବର୍ଷୀୟ ଅବଦୁଲ୍ଲା ସିମି ସଂଗଠନର ସବୁଠାରୁ ଚର୍ଚ୍ଚିତ ଚେହେରା ଭାବେ କାମ କରୁଥିଲା। ତା’ ନାଁରେ ଦେଶଦ୍ରୋହ ଭଳି ମାମଲା ରୁଜୁ କରାଯାଇଥିଲା। ପୁଲିସ୍‌ ତା’କୁ ଖୋଜୁଥିଲେ ହେଁ ସେ ଦୀର୍ଘ ୧୯ ବର୍ଷ ହେଲା ଫେରାର ରହିଥିଲା।

ଗତ ୨୫ ବର୍ଷ ମଧ୍ୟରେ ସେ ଏକାଧିକ ମୁସଲିମ ଯୁବକଙ୍କୁ ପ୍ରଭାବିତ କରି ଆତଙ୍କବାଦୀ ସଂଗଠନ ସିମିରେ ସାମିଲ କରିଛି। ଖାଲି ସେତିକି ନୁହେଁ, ସିମି ସଂଗଠନର ହିନ୍ଦୀ ଭର୍ସନ ମ୍ୟାଗାଜିନ ଇସଲାମିକ ମୁଭମେଣ୍ଟର ସମ୍ପାଦକ ଭାବେ ଅବଦୁଲ୍ଲା ୪ ବର୍ଷ ହେଲା କାମ କରୁଥିଲା।

ଉତ୍ତର ପ୍ରଦେଶର ମାଉରେ ରହୁଥିବା ଅବଦୁଲ୍ଲାର ଗୋଟିଏ ଘର ଆଲିଗଡ଼ରେ ବି ଅଛି। ୨୦୦୨ ମସିହାରେ ଗୋଟିଏ ଟ୍ରାଏଲ କୋର୍ଟ ଅବଦୁଲ୍ଲାକୁ ମୋଷ୍ଟ ୱେଣ୍ଟେଣ୍ଟ ଘୋଷଣା କରିଥିଲା। ସେବେଠାରୁ ପୁଲିସ୍‌ ତା’କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଗୋଟିଏ ବର୍ଷ ହେଲାଣି ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ତା’ର ଗତିବିଧି ଉପରେ ପୁଲିସ ନଜର ରଖିଥିଲା।

ଶେଷରେ ଡିସେମ୍ବର ୫ରେ ସେ ଜାକିର ନଗରରେ ଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ସେଠାରେ ପୁଲିସ୍‌ ଅଧିକାରୀମାନେ ପହଞ୍ଚି ତା’କୁ ଗିରଫ କରିଛନ୍ତି। ୧୯୭୭ରେ ଆଲିଗଡ଼ରେ ସିମି ସଂଗଠନ ତିଆରି ହୋଇଥିଲା। ତେବେ ସଂଗଠନ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ୨୦୦୧ରେ ଭାରତ ସରକାର ଏହାକୁ ଅସିଦ୍ଧ ଘୋଷଣା କରିଥିଲେ।

୨୦୦୧ରେ ଜାକିର ନଗରେ ଥିବା ସିମି ଅନୁଷ୍ଠାନ ଉପରେ ପୁଲିସ୍‌ ଚଢ଼ଉ କରିଥିଲା। ହେଲେ ସେଠାରୁ ଅବଦୁଲ୍ଲା ଖସି ଯିବାକୁ ସକ୍ଷମ ହୋଇଥିଲା। ଏହାପରଠାରୁ ସେ ଗିରଫଦାରୀରୁ ବଞ୍ଚିବା ପାଇଁ ନିଜର ସ୍ଥାନ ବଦଳାଇ ଚାଲିଥିଲା।

The post ଦିଲ୍ଲୀରୁ ଧରାପଡ଼ିଲା ୧୯ ବର୍ଷ ହେଲା ଫେରାର ଥିବା ଆତଙ୍କୀ appeared first on Odisha Reporter.



from Odisha Reporter https://ift.tt/37DDHJr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages