ବର୍ଲିନ: ୟୁରୋପୀୟ ଦେଶଗୁଡ଼ିକରେ କରୋନା ଭାଇରସର ନୂଆ ରୂପ ଆତଙ୍କ ସୃଷ୍ଟି କରିଛି। ପୂର୍ବାପେକ୍ଷା ଏବେ ସାମ୍ନାକୁ ଆସିଥିବା କରୋନାର ନୂଆ ଷ୍ଟ୍ରେନ ଅଧିକ ମାରାତ୍ମକ ଓ ଦ୍ରୁତଗତିରେ ସଂକ୍ରମଣ କରୁଛି ବୋଲି ଜଣାପଡ଼ିଛି। ଏହାକୁ ନେଇ ବ୍ରିଟେନ, ଜର୍ମାନୀ ଓ ନେଦରଲ୍ୟାଣ୍ଡସରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ତେବେ କରୋନାର ନୂଆ ଷ୍ଟ୍ରେନକୁ ଏବେ ପ୍ରସ୍ତୁତ ହୋଇଥିବା ଟିକା କ’ଣ ରୋବିକାରେ ସଫଳ ହେବ କି? କରୋନାର ପୂର୍ବ ଷ୍ଟ୍ରେନକୁ ବିଚାରକୁ ନେଇ ଟିକା ପ୍ରସ୍ତୁତ ହୋଇଥିଲା। ତେଣୁ ଏହା ନୂଆ ଷ୍ଟ୍ରେନ ଉପରେ ପ୍ରଭାବ ପକାଇ ପାରିବ କି ନାହିଁ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଏସବୁ ଭିତରେ ଜର୍ମାନୀର ସ୍ୱାସ୍ଥ୍ୟମନ୍ତ୍ରୀ ଜେନ୍ସ ସ୍ପାହନ କହିଛନ୍ତି, ୟୁରୋପୀୟ ୟୁନିୟନର ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନର କରୋନା ଟିକା ନୂଆ ଷ୍ଟ୍ରେନକୁ ମାତ ଦେବାରେ ସକ୍ଷମ। ଆମ ପାଖରେ ଥିବା ଖବର ଅନୁଯାୟୀ ଟିକା ଉପରେ କରୋନାର ନୂଆ ରୂପ କୌଣସି ନକାରାତ୍ମକ ପ୍ରଭାବ ପକାଇ ପାରୁନାହିଁ। ତେଣୁ ଟିକା ପୂର୍ବଭଳି ନିଜର ପ୍ରଭାବ ଦେଖାଇ ପାରୁଛି। ବିଶେଷ କରି ସେ ଫାଇଜର-ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକା ନୂଆ ଷ୍ଟ୍ରେନକୁ ମାତ ଦେବାରେ ସକ୍ଷମ ବୋଲି ସେ ମତ ଦେଇଛନ୍ତି।
ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ବ୍ରିଟେନ ଓ ଆମେରିକାରେ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର କରାଯାଉଛି। ଏକାଧିକ ରାଷ୍ଟ୍ର ମଧ୍ୟ ଫାଇଜର ଟିକାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏସବୁ ଭିତରେ ବ୍ରିଟେନରେ କରୋନାର ନୂଆ ରୂପ ସମସ୍ତଙ୍କ ଚିନ୍ତା ବଢ଼ାଇଥିଲା। ହେଲେ ଜର୍ମାନୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ବୟାନ ସମସ୍ତଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି।
The post କରୋନାର ନୂଆ ରୂପକୁ ମାତ୍ ଦେବାରେ ସକ୍ଷମ ହେବ କି ଟିକା appeared first on Odisha Reporter.
from Odisha Reporter https://ift.tt/37yzw2B
No comments:
Post a Comment