ରାଉରକେଲା(ଓଡ଼ିଶା ରିପୋର୍ଟର): ପିକ୍ନିକ କରିବାକୁ ଯାଇ ଗତକାଲି ରାଉରକେଲା କୋଏଲ ନଦୀରେ ବୁଡ଼ି ଯାଇଥିବା ୩ ଛାତ୍ରଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଗତକାଲି ଉଦ୍ଧାର ହୋଇଥିବା ବେଳେ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।
ରବିବାର ପିକନିକ୍ କରିବାକୁ କିଛି ଯୁବକ ଅପରାହ୍ନରେ କୋଏଲ ନଦୀରେ ଗାଧୋଉଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଯୁବକ ଜଳ ସ୍ରୋତରେ ଭାସି ଯାଇଥିଲେ । ।
ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
The post ପିକ୍ନିକ୍ କରିବାକୁ ଯାଇ ବୁଡ଼ି ଯାଇଥିଲେ, ମିଳିଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/3nGOE3B
No comments:
Post a Comment