ହାତୀ କରୁଛି ଅତିଷ୍ଠ, ଅନ୍ଧାରରେ ଅଧା ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 20, 2020

ହାତୀ କରୁଛି ଅତିଷ୍ଠ, ଅନ୍ଧାରରେ ଅଧା ସହର

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ଅତିଷ୍ଠ କରୁଛନ୍ତି ହାତୀ ପଲ। ଜଙ୍ଗଲରୁ ବାହାରି ଜନବସତି ମୁହାଁ ହାତୀପଲଙ୍କ ଉପଦ୍ରବ ଯୋଗୁ ଭୟରେ ଦିନ କାଟୁଛନ୍ତି ଲୋକ। ଏପରିକି ସନ୍ଧ୍ୟା ହେଲେ ତାଟି କବାଟ ପଡ଼ି ଯାଉଛି। ରାସ୍ତାଘାଟ ଶୂନଶାନ। କେବଳ ସେତିକିରେ ସରିନି ଦୁଃଖ। ଗତ ୨ ଦିନ ହେଲାଣି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ରାତିରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହୁଛି। ଫଳରେ ଅନ୍ଧାରରେ ରହୁଛି ଅଧା ସହର।

ସୂଚନାଯୋଗ୍ୟ, ଗତ ଗୋଟିଏ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ତୁରେକେଲା ବ୍ଲକ ଅଞ୍ଚଳରେ ୩୦ ଟିକିଆ ହାତୀ ପଲ ଆସି ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏପରିକି ହାତୀ ପଲ  ଆତଙ୍କ ସୃଷ୍ଟି କରୁଥିବାରୁ  ଗତ ଦୁଇ ଦିନ ହେଲା ରାତିରେ ବିଦ୍ୟୁତ୍‌ ସରବରାହ ବନ୍ଦ  ରହିଛି।  l

ଗତ ଦୁଇ ଦିନ ତଳେ ମାଲପାମୁଣ୍ଡା ଜଙ୍ଗଲରୁ ଆସି ଡୁମେରଚୁଆଁ ଗାଁରେ ପଶି କଣ୍ଟାବାଞ୍ଜି ସହର ମୁହାଁ ହୋଇଥିଲେ ଏହି ହାତୀ ପଲ l ବନ ବିଭାଗ ଓ ସ୍ଥାନୀୟ ପୁଲିସ୍‌ ମିଶି ହାତୀଙ୍କୁ ଘୋଉଡାଇଥିଲେ l କିନ୍ତୁ ସେହି ରାତିରେ ଡୁମେରଚୁଆଁ ଡ୍ୟାମ ନିକଟରୁ ଛୋଟ ହାତୀ ଶାବକର ମୃତ ଦେହ ଉଦ୍ଧାର  ହୋଇଥିଲା l

ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ  ନିଖୋଜ ଛୁଆକୁ ଖୋଜିବା ପାଇଁ ଗତ କାଲି ରାତିରେ ପୁଣି ସହର ମୁହାଁ ହୋଇଥିଲେ ହାତୀ ପଲ।  ଫଳରେ ଗତ ଦୁଇ ଦିନ ହେଲା  କଣ୍ଟାବାଞ୍ଜି ଏନଏସିର ଅଧା ସହର ସମେତ ଆଖ ପାଖ ଅଞ୍ଚଳରେ ଠପ ହୋଇଯାଇଛି ବିଦ୍ୟୁତ୍‌ ସେବା।  ରାତି ୯ ଟାରୁ ସକାଳ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଛି।

ରାତି ସାରା ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ହାତୀ ପଲ ସହର ମୁହାଁ ହୋଇଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି l ସନ୍ଧ୍ୟା ୭ଟା ପରେ କୌଣସି ଜଣେ ବି ଘରୁ ବାହାରୁନାହାନ୍ତି l ଏପଟେ  ହାତୀ ପାଇଁ ବିଦ୍ୟୁତ କାଟ କରିବାକୁ ପଡ଼ୁଥିବା କଣ୍ଟାବାଞ୍ଜି  ବିଦ୍ୟୁତ ବିଭାଗ ଏସଡିଓ ଅବନୀକାନ୍ତ ମହାରଣା କହିଛନ୍ତି l

The post ହାତୀ କରୁଛି ଅତିଷ୍ଠ, ଅନ୍ଧାରରେ ଅଧା ସହର appeared first on Odisha Reporter.



from Odisha Reporter https://ift.tt/37zt4bM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages