ବଣାଇ(ରଞ୍ଜିତ ଚୌଧୁରୀ ): ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀ ଜୀବନ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ପୋଡ଼ାଡ଼ିହି ବସ୍ତିରେ ଘରୋଇ କଳିରୁ ଘଟିଛି ଏପରି ନୃଶଂସ କାଣ୍ଡ। ମୃତ ମହିଳା ହେଲେ ପାଟମୁଣ୍ଡା ପଞ୍ଚାୟତ ପୁଡାଢ଼ି ବସ୍ତିର ସମ୍ବାରି ମୁଣ୍ଡା (୩୫)। ତାଙ୍କ ସ୍ୱାମୀ ବୁଧୁ ମୁଣ୍ଡା (୩୦)ଙ୍କୁ ପୁଲିସ୍ ଅଟକ ରଖିଛି।
ମିଳିଥିବା ସୂଚନା ଅନୁଯା, ଗତକାଲି ରାତିରେ ବୁଧୁ ଓ ସମ୍ବାରିଙ୍କ (୩୫) ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ପରେ ଉତ୍ତ୍ୟକ୍ତ ହୋଇ ଘରେ ଥିବା ଏକ ଟାଙ୍ଗିଆରେ ବୁଧୁ ସ୍ତ୍ରୀ ସମ୍ବାରିଙ୍କୁ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସମ୍ବାରୀଙ୍କ ମୃତ୍ୟୁ ହୋଇଥିଲା।
ଆଜି ସକାଳେ ଘଟଣାସ୍ଥଳରେ କୋଇଡା ପୁଲିସ୍ ପହଞ୍ଚି ଟାଙ୍ଗିଆ ସହିତ ଅଭିଯୁକ୍ତ ବୁଧୁଙ୍କୁ ଅଟକ ରଖି ପଚରାଉଚରା କରୁଛି।
The post ସ୍ୱାମୀ ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀ ଜୀବନ appeared first on Odisha Reporter.
from Odisha Reporter https://ift.tt/3mF5rDv
No comments:
Post a Comment