‘ଅମିତ ଶାହ, ଯୋଗୀ ପ୍ରଚାର କରିଥିବା ସ୍ଥାନରେ ବିଜେପି ହାରିଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 4, 2020

‘ଅମିତ ଶାହ, ଯୋଗୀ ପ୍ରଚାର କରିଥିବା ସ୍ଥାନରେ ବିଜେପି ହାରିଛି’

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନର ଫଳାଫଳ ବାହାରି ସାରିଛି। କୌଣସି ଦଳକୁ ବହୁମତ ଦେଇ ନାହାନ୍ତି ହାଇଦ୍ରାବାଦ ବାସିନ୍ଦା। ଟିଆରଏସ ସର୍ବାଧିକ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ଏବଂ ଏଆଇଏମଆଇଏମ ତୃତୀୟ ସ୍ଥାନରେ ରହିଛି।

ନିର୍ବାଚନ ଫଳାଫଳା ପରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଏଆଇଏମଆଇଏମର ସଭାପତି ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ୱେସୀ କହିଛନ୍ତି, ବିଜେପି ଅଧିକ ଆସନରେ ପୂର୍ବ ଅପେକ୍ଷା ବିଜୟୀ ହୋଇଛି। ହେଲେ ଆଗକୁ ହାଇଦ୍ରାବାଦବାସୀ ବିଜେପିକୁ ବଢ଼ିବାକୁ ଦେବେନି। ଗୃହମନ୍ତ୍ରୀ ଅମିତ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁଠି ପ୍ରଚାର କରିଛନ୍ତି ସେଠି ବିଜେପି ହାରିଛି।

ସେ ଆହୁରି କହିଛନ୍ତି ୨୦୧୬ରେ ତାଙ୍କ ଦଳ ୬୦ଟି ଆସନରେ ନିର୍ବାଚନ ଲଢ଼ି ୪୪ଟି ଆସନରେ ବିଜୟୀ ହୋଇଥିଲା। ଚଳିତଥର ୫୧ଟି ଆସନରେ ପ୍ରାର୍ଥୀ ଦେଇ ୪୪ଟି ଆସନରେ ବିଜୟୀ ହୋଇଛି। ତେଣୁ ଏଆଇଏମଆଇଏମ୍ ଭଲ ପ୍ରଦର୍ଶନ କରିଛି।

ଅନ୍ୟପଟେ ବିଜେପି ଅଧିକ ଆସନରେ ବିଜୟୀ ହେବାପରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡା ହାଇଦ୍ରାବାଦର ଭୋଟର, ଦଳୀୟ ନେତା ଏବଂ କର୍ମୀଙ୍କୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଛନ୍ତି।

ଟିଆରଏସ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନରେ ୧୫୦ ଟି ଆସନ ମଧ୍ୟରୁ ୫୫ ଟି ଜିତିଛି। ହେଲେ ଅନ୍ତିମଥର ୨୦୧୬ରେ ୯୯ଟି ଆସନରେ ବିଜୟୀ ହୋଇଥିଲା। ଚଳିତ ଥର ୪୪ଟି ଆସନ ହରାଇଛି।

ବିଜେପି ଏହି ନିର୍ବାଚନରେ ଗୋଟିଏ ଲମ୍ୱା ଇନିଂସ ଖେଳିଛି। ମୋଟ୍ ୪୮ଟି ଆସନରେ ବିଜୟୀ ହୋଇଛି ବିଜେପି। ୨୦୧୬ରେ ତେଲୁଗୁ ଦେଶମ ପାର୍ଟି ସହିତ ମିଶି ବିଜେପି ଚାରିଟି ଆସନରେ ବିଜୟୀ ହୋଇଥିଲା। ହେଲେ ଚଳିତ ଥର ଏକୁଟିଆ ଲଢ଼ି ବଡ଼ ଆସନ ହାତେଇଛି

କଂଗ୍ରେସ ୨୦୧୬ ଭଳି ଚଳିତଥର ମଧ୍ୟ ଦୁଇଟି ଆସନରେ ବିଜୟୀ ହୋଇଛି। ଆଉ ବିଫଳତା ପାଇଁ ନୈତକତା ଦୃଷ୍ଟିରୁ ତେଲେଙ୍ଗାନା ପିସିସି ସଭାପତି ଏନ୍ ଉତ୍ତର କୁମାର ରେଡ୍ଡୀ ଇସ୍ତଫା ଦେଇଛନ୍ତି।

The post ‘ଅମିତ ଶାହ, ଯୋଗୀ ପ୍ରଚାର କରିଥିବା ସ୍ଥାନରେ ବିଜେପି ହାରିଛି’ appeared first on Odisha Reporter.



from Odisha Reporter https://ift.tt/3ooeUQe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages