ଫାଇଜର କରୋନା ଟିକାରେ କ’ଣ ରହିଛି ଖାସ୍, ଏହାର ଦାମ୍ କେତେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 5, 2020

ଫାଇଜର କରୋନା ଟିକାରେ କ’ଣ ରହିଛି ଖାସ୍, ଏହାର ଦାମ୍ କେତେ?

ନୂଆଦିଲ୍ଲୀ: ଫାଇଜର ବାୟୋନଟେକ୍ ଟିକାର ବ୍ୟବହାର ପାଇଁ ବ୍ରିଟେନ ଓ ବାହାରିନ ସରକାର ଅନୁମତି ଦେଇଛନ୍ତି। ଏବେ ଏହି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତରେ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବା ପାଇଁ ଅନୁମତି ମାଗିଛି। ଅର୍ଥାତ୍ ଆକ୍ରାନ୍ତ ଗୁରୁତର ଥିବା ବେଳେ ବ୍ୟବହାର ପାଇଁ ଅନୁମତି ମାଗିଛି। ଫାଇଜରର ଇଣ୍ଡିଆନ୍ ୟୁନିଟ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆନ୍ ଡ୍ରଗ୍ (ଡିସିଜିଆଇ)ରେ ଏହି ଆବେଦନ କରିଛି। ଫାଇଜର ହେଉଛି ୟୁକେର ଫାର୍ମା କମ୍ପାନୀ ଏବଂ ବାୟୋନଟେକ ଜର୍ମାନୀର ଏକ କମ୍ପାନୀ। ଦୁଇ କମ୍ପାନୀ ମିଳିତ ଭାବରେ କରୋନା ଟିକା ପ୍ରସ୍ତୁତ କରିଛନ୍ତି।

ଫାଇଜର କମ୍ପାନୀ ନିକଟରେ ଘୋଷଣା କରିଛି ଯେ ଏହାର କରୋନା ଟିକା ୯୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ। ଏହା ହେଉଛି ବିଶ୍ୱର ଦ୍ରୁତତମ ବିକଶିତ ଟିକା, ଯାହାକୁ ତିଆରି କରିବାକୁ ୧୦ ମାସ ସମୟ ଲାଗିଥିଲା। ଏହି ଫାଇଜର ଟିକା ଏକ ନୂଆ ଜେନେଟିକ୍ ଟେକ୍ନୋଲୋଜି ଦ୍ୱାରା ବିକଶିତ ହୋଇଛି। ଯାହାକି ବିଜ୍ଞାନର ସବୁଠୁ ବଡ଼ ସଫଳତା।

କରୋନା ଭାଇରସର ଛୋଟ ଛୋଟ ଜେନେଟିକ ଖଣ୍ଡକୁ ସଂଗ୍ରହ କରାଯାଇ ଏହି mRNA ଟିକା ତିଆରି ହୋଇଛି। ପୂର୍ବରୁ କେବେ mRNA ଟିକାକୁ ଅନୁମତି ମିଳିନାହିଁ। କିନ୍ତୁ କ୍ଲିନିକାଲ୍ ପରୀକ୍ଷା ବେଳେ ଏଭଳି ଟିକା ପୂର୍ବରୁ ଦିଆଯାଇଥିଲା।

ଭାରତରେ କ’ଣ ରହିଛି ଚ୍ୟାଲେଞ୍ଜ?

ଭାରତରେ ଫାଇଜର ଟିକା ପାଇଁ ସବୁଠାରୁ ବଡ ଆହ୍ୱାନ ହେଉଛି ଏହା କିଭଳି ସଂରକ୍ଷିତ ହୋଇ ରହିବ। କାରଣ ଏହି ଟିକା ମାସ ପର୍ଯ୍ୟନ୍ତ ରଖିବାକୁ ହେଲେ ଏହାକୁ –୭୦° C କିମ୍ବା ତାଠାରୁ କମ୍ ତାପମାତ୍ରାରେ ରଖିବାକୁ ପଡିବ। ଯାହାକି ଇଲେକ୍ଟ୍ରି ଆବଶ୍ୟକ କରେ। ଏଥିପାଇଁ ଅନେକ ଟଙ୍କା ମଧ୍ୟ ଆବଶ୍ୟକ। ତେଣୁ କୋଲ୍ଡ ଷ୍ଟୋରେଜ୍ ଭିତ୍ତିଭୂମି ନିର୍ମାଣ ପାଇଁ ଏହାର ରକ୍ଷଣାବେକ୍ଷଣ ସରକାର ପାଇଁ ବଡ଼ ଆହ୍ୱାନ।

ଦାମ୍ କେତେ?

ଏହି ଫାଇଜର ଟିକା ପ୍ରାୟ ୪୪ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରାଯାଇଛି। ଏହାର ଗୋଟିଏ ଟିକାର ଆନୁମାନିକ ମୂଲ୍ୟ ୧୪୭୬ଟଙ୍କା ବୋଲି କୁହାଯାଉଛି। ଟିକାର ଦୁଇଟି ଡୋଜ ନେବାକୁ ୨୧ ବ୍ୟବଧାନରେ। ଫାଇଜର ବ୍ରିଟେନ ବ୍ୟତୀତ ଆମେରିକା, ୟୁରୋପୀୟ ୟୁନିଅନ୍, ଜାପାନ ପାଇଁ ଟିକା ଯୋଗାଇବ ବୋଲି ଜଣାପଡ଼ିଛି।

କେବେ ଭାରତରେ ବ୍ୟବହାର ହେବ?

ଭାରତରେ ଫାଇଜରର ଏପର୍ଯ୍ୟନ୍ତ ପରୀକ୍ଷା ହୋଇନାହିଁ। ଯେପର୍ଯ୍ୟନ୍ତ ବ୍ୟବହାର ହୋଇନି ସେଯାଏ ଟିକା ବ୍ୟବହାରକୁ ଅନୁମତି ମିଳିବନି। ଅନ୍ୟପଟେ ଭାରତ ସହ କୌଣସି ଚୁକ୍ତି କରିନି ଫାଇଜର। ଭାରତରେ କୌଣସି ଟିକାର କ୍ଲିନିକାଲ ପରୀକ୍ଷା ନହେବା ଯାଏ ଟିକାକୁ ଅନୁମତି ମିଳେ ନାହିଁ। ତେଣୁ ଏହି ଟିକା ଭାରତବର୍ଷରେ ବ୍ୟବହାର ପାଇଁ ସମୟ ଲାଗିବ।

ଫାଇଜର ଟିକା କେମିତି ଶରୀରରେ କାମ କରେ?

mRNAରେ ପ୍ରସ୍ତୁତ ଏହି ଟିକାରେ ଏକ ସିନ୍ଥେଟିକ୍ ରହିଛି। ଯାହାକି ରୋଗ ପ୍ରତିରୋଧକ ଶକ୍ତିକୁ ସକ୍ରିୟ କରିଥାଏ ଏବଂ ଭାଇରସ ସହ ଲଢ଼େଇ କରିଥାଏ। ପୂର୍ବରୁ ଯେଉଁସବୁ ଟିକା ବିକଶିତ ହୋଇଛି ତାହା ମଣିଷ ଶରୀରରେ ରୋଗ ସୃଷ୍ଟି ହୋଇଥିବା ସ୍ଥାନରେ ଦିଆଯାଏ। ଇଞ୍ଜେକ୍ସନ ଜରିଆରେ ସାଧାରଣତଃ ଦିଆଯାଏ। ହେଲେ ଏହି mRNA ଟିକା ଶରୀରରେ ଦେବା ପରେ ସେ ଲଢ଼େଇ କରିବା ପାଇଁ ଶରୀରରେ ଥିବା ପ୍ରୋଟିନକୁ ଆକ୍ଟିଭ୍ କରାଏ। ଯାହାକି ନିଆରା। ଅନ୍ୟ ଟିକା ଗୁଡ଼ିକ କ୍ଷତିକାରକ ଜୀବାଣକୁ ମାରିବାକୁ ଦିଆଯାଏ। କିନ୍ତୁ ଏହି mRNA ଟିକା ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଦିଆଯାଏ।

ଟିକା କେତେ ପ୍ରକାରର ଓ କେମିତି ତିଆରି ହୁଏ?

ଚାରୋଟି ଉପାୟରେ ଟିକା ପ୍ରସ୍ତୁତ ହୁଏ। mRNA ଟିକା, ଯେଉଁଥିରେ ଜୀବାଣୁ ଜେନେଟିକ୍ ପଦାର୍ଥର ଏକ ଉପାଦାନ ନେଇ ଇଞ୍ଜେକ୍ସନ ଦିଆଯାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ପ୍ରସ୍ତୁତ କରିଥାଏ। ଆଉ ଜୀବାଣୁ ସହିତ ଲଢ଼େଇ କରେ। ଦ୍ୱିତୀୟଟି ହେଉଛି ଷ୍ଟାଣ୍ଡାର୍ଡ ଟିକା, ଯେଉଁଥିରେ ଭାଇରସର ଏକ ଦୁର୍ବଳ ଅଂଶକୁ ନେଇ ଇଞ୍ଜେକ୍ସନ ଜରିଆରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଏ। ତୃତୀୟଟି ହେଉଛି ଅନ୍ୟ ଭାଇରସର ବେକବୋନରେ ଥିବା କୋଡିଂ ଲଗାଇ ଟିକା ପ୍ରସ୍ତୁତ ହୁଏ। ସେହିପରି ଚତୁର୍ଥ ପ୍ରକାରର ଟିକାରେ, ଜୀବାଣୁ ପାଇଁ ପ୍ରୋଟିନ୍ ଲ୍ୟାବରେ ତିଆରି ହୁଏ। ଯାହାକୁ ଆଉ ଏକ ଷ୍ଟିମୁଲସ ସହ ଲଗାଯାଏ।

The post ଫାଇଜର କରୋନା ଟିକାରେ କ’ଣ ରହିଛି ଖାସ୍, ଏହାର ଦାମ୍ କେତେ? appeared first on Odisha Reporter.



from Odisha Reporter https://ift.tt/344P2Bp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages