ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରୁତି ସେଠ ଅସୁସ୍ଥ। ତାଙ୍କର ଜରୁରୀ କାଳିନୀ ଅସ୍ତ୍ରୋପଚାର କରାଯାଇଛି। ଏନେଇ ସେ ନିଜେ ମଙ୍ଗଳବାର ହସ୍ପିଟଲ ବେଡରୁ ତାଙ୍କର ଏକ ଫଟୋକୁ ଇନଷ୍ଟାଗ୍ରାମରେ ଶେଆର କରି ସୂଚନା ଦେଇଛନ୍ତି।
୪୩ ବର୍ଷୀୟ ଶ୍ରୁତି ଫଟୋ ପୋଷ୍ଟ କରି ଲେଖିଛନ୍ତି, ସ୍ୱାସ୍ଥ୍ୟ ଠାରୁ ଅନ୍ୟ କିଛି ବି ଗୁରୁତ୍ୱପୂର୍ଣ୍ଣ ନାହିଁ। ସ୍ୱାସ୍ଥ୍ୟ ସମସ୍ୟାକୁ କେବେ ବି ଅବେହଳା କରନ୍ତୁ ନାହିଁ। ଜୀବନର ପ୍ରତ୍ୟେକ ମୂହୁର୍ତ୍ତ ଖୁସିରେ ରହନ୍ତୁ ବୋଲି ସେ କହିଛନ୍ତି। କିଛି ଦିନ ତଳେ ଶ୍ରୁତିଙ୍କୁ ଏକ ଜରୁରୀକାଳୀନ ସର୍ଜରୀ କରିବାକୁ ପଡିଛି। ତେବେ ତାଙ୍କର କ’ଣ ହୋଇଛି ଏବଂ କାହିଁକି ସର୍ଜରୀ କରାଯାଇଛି ସେ ନେଇ କୌଣସି ସୂଚନା ସେ ଦେଇ ନାହାନ୍ତି।
View this post on Instagram
ଶ୍ରୁତି ଆହୁରି ଲେଖିଛନ୍ତି ଯେ, ୨୦୨୦ ମୋତ ଓ ମୋ ପରବାରକୁ ଏକ ବଡ ବିପଦରୁ ବଞ୍ଚାଇ ଦେଇଛି । ନିକଟରେ ମୋର ଏକ ଏମରଜେନ୍ସି ଅପରେସନ ହୋଇଛି। ଏଥିପାଇଁ ମୋର ସବୁ ଖ୍ରୀଷ୍ଟମାସ ଏବଂ ନ୍ୟୁ ଇଅର ପ୍ଲାନକୁ ରଦ୍ଦ କରିବାକୁ ପଡିଛି। ଏକ ବଡ ବିପଦରୁ ରକ୍ଷା ପାଇ ଯାଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ କରୁଛି ବୋଲି ଶ୍ରୁତି କହିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ବଗିଡିବା ପରେ ମୁଁ ଏକ ବଡ ଶିକ୍ଷା ପାଇଛି। ସମସ୍ତଙ୍କ ଆଶୀର୍ବାଦ ଏବଂ ଭଲ ପାଇବା ଯୋଗୁଁ ଆଜି ସୁସ୍ଥ ଅଛି ବୋଲି ସେ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ଶ୍ରୁତି ସେଠ୍ ଜଣେ ଭଲ ଅଭିନେତ୍ରୀ। ସେ ‘ଶରାରତ’, ‘ଦେଶ ମେଁ ନିକଲା ଚାନ୍ଦ’, ‘କ୍ୟୁଁ ହୋତା ହୈ ପ୍ୟାର୍’ ଏବଂ କମେଡି ସର୍କସ ଭଳି ଶୋ’ ବ୍ୟତୀତ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ‘ଫନା’, ‘ରାଜନୀତି’, ‘ତା ରା ରମ ପମ’, ‘ସ୍ଲମଡଗ ମିଲେନେୟର’, ‘ଆଗେ ସେ ରାଇଟ୍’ ଏବଂ ‘ମାଇ ଫ୍ରେଣ୍ଡ ପିଣ୍ଟୋ’ ଭଳି ଫିଲ୍ମରେ ନିଖୁଣ ଅଭିନୟ କରିଛନ୍ତି।
The post ହସ୍ପିଟାଲ ବେଡ଼ରେ ଅଭିନେତ୍ରୀ ଶ୍ରୁତି appeared first on Odisha Reporter.
from Odisha Reporter https://ift.tt/3aTNv5m
No comments:
Post a Comment