ଆବଶ୍ୟକୀୟ ସାମଗ୍ରୀ: ସୋୟାବିନ୍ ବଡ଼ି, କ୍ୟାପ୍ସିକମ୍, ତେଲ, ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍, କଞ୍ଚାଲଙ୍କା, ଲୁଣ, ଚାଇନିଜ୍ ସଲ୍ଟ, କରି ପାଉଡର, ଗରମ ମସଲା, କଟା ପିଆଜ ଓ ରସୁଣ, ଧନିଆ ପାଉଡର, ଅଦା, ରସୁଣ ଓ ପିଆଜ ପେଷ୍ଟ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ସୋୟାବଡ଼ିକୁ ଗରମ ପାଣିରେ ପାଞ୍ଚମିନିଟ୍ ପାଇଁ ଭିଜାଇ ରଖନ୍ତୁ। ପରେ ସେଗୁଡ଼ିକୁ ଛାଣି ଭଲ ଭାବେ ଚିପୁଡ଼ି ଦିଅନ୍ତୁ ଏବଂ କଡ଼େଇରେ ତେଲ ଗରମ କରି ସେଗୁଡ଼ିକୁ ଛାଣି ଦିଅନ୍ତୁ।
ଏହା ପରେ ଅନ୍ୟ ଏକ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ଅଳ୍ପ ଚିନି ପକାନ୍ତୁ। ଚିନି ଲାଲ ହୋଇଆସିବା ବେଳକୁ ସେଥିରେ କଟା ହୋଇଥିବା ପିଆଜ ପକାନ୍ତୁ। ପିଆଜ ଲାଲ ହୋଇଯିବା ପରେ ସେଥିରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ। ତାକୁ ଅଳ୍ପ ସମୟ ଚଲାନ୍ତୁ। ପରେ ସେଥିରେ ଛୋଟ ଛୋଟ ପିସ୍ କରି କଟା ହୋଇଥିବା ରସୁଣ ଓ ଲମ୍ବା ଲମ୍ବା ହୋଇ କଟା ହୋଇଥିବା କଞ୍ଚା ଲଙ୍କା ପକାନ୍ତୁ। କଟା ହୋଇଥିବା କ୍ୟାପ୍ସିକମ୍ ମଧ୍ୟ ପକାନ୍ତୁ। ତା’ପରେ କରି ପାଉଡରକୁ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।
ମସଲା କଷି ହୋଇଗଲା ପରେ ସେଥିରେ ଚାଇନିଜ ସଲ୍ଟ, ଟମାଟୋ ସସ୍, ଚିଲି ସସ୍ ଓ ସୋୟା ସସ୍ ପକାନ୍ତୁ। ତା’ସହିତ ଧନିଆ ପାଉଡର, ଲଙ୍କା ପାଉଡର ଓ ଜିରା ପାଉଡର ପକାଇ ଭଲ ଭାବରେ ଗୋଳାନ୍ତୁ। ଅଳ୍ପ ଗରମ ମସଲା ମଧ୍ୟ ପକାନ୍ତୁ। ପରେ ତେଲରେ ଛଣା ହୋଇଥିବା ସୋୟାବିନ୍ ବଡ଼ିକୁ ସେଥିରେ ପକାଇ ଗୋଳାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ଅଳ୍ପ ସମୟ ପରେ ଏହାକୁ ପ୍ଲେଟ୍କୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ସୋୟାବିନ ଚିଲି।
The post ସୋୟାବିନ ଚିଲି appeared first on Odisha Reporter.
from Odisha Reporter https://ift.tt/3nziXcr
No comments:
Post a Comment