‘ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସବୁବେଳେ ଦୁଷ୍କର୍ମ ନୁହେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 17, 2020

‘ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସବୁବେଳେ ଦୁଷ୍କର୍ମ ନୁହେଁ’

ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସବୁକ୍ଷେତ୍ରରେ ଦୁଷ୍କର୍ମ ବୋଲି କହିହେବନି। ଜଷ୍ଟିସ ବିଭୁ ବଖରୁଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ଶୁଣାଣି କରି ଏହା କହିଛନ୍ତି।

ଜଣେ ମହିଳା ୨୦୦୮ରୁ ୧୫ ଲିଭ୍ ଇନ୍ ରିଲେସନସିପରେ ଥିଲେ। ପ୍ରେମିକ ଜଣଙ୍କ ତାଙ୍କ ପାଖରୁ ଅଲଗା ହେବା ପରେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ପରେ ମହିଳା ଜଣଙ୍କ ତାଙ୍କ ପ୍ରେମିକ ନାଁରେ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ।

ମହିଳା ଜଣଙ୍କ ନିଜ ପ୍ରେମିକଙ୍କ ସହ ପ୍ରଥମେ ସମ୍ପର୍କ ରଖିଥିଲେ। ଏହାପରେ ଏକାଠି ରହିବାର କିଛି ମାସ ପୂର୍ବରୁ ବିବାହର ପ୍ରତିଶୃତି ଦିଆଯାଇଥିବା କୋର୍ଟ ହୃଦବୋଧ କରିଛନ୍ତି।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପ୍ରେମିକ ଜଣକ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବା ବିଷୟରେ ତାଙ୍କୁ ମିଛ କହିଥିଲେ। ​​ପରବର୍ତ୍ତୀ ସମୟରେ ତାଙ୍କୁ ଛାଡି ଅନ୍ୟ ମହିଳାଙ୍କୁ ତାଙ୍କ ପ୍ରେମିକ ବିବାହ କରିବା କରିଥିଲେ। ହେଲେ ଲିଭ୍ ଇନରେ ରହିବା କଥା ତାଙ୍କ ପରିବାରର ଜାଣିଥିଲା। ଆଉ ସେ ତାଙ୍କ ପତ୍ନୀ ଭାବରେ ରହୁଥିଲେ।

ଏହାପରେ ଜଷ୍ଟିସ ବିଭୁ ବଖରୁଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମାମଲାର ବିଚାର କରି ଶାରୀରିକ ସମ୍ପର୍କ ରଖିବା ପାଇଁ ହୋଇଥିବା ବିବାହର ପ୍ରତିଶ୍ରୁତି ମଧ୍ୟରେ ପ୍ରଭେଦ କରିଛନ୍ତି।

ଖଣ୍ଡପୀଠ କହିଛନ୍ତି ‘କିଛି କ୍ଷେତ୍ରରେ, ବିବାହ କରିବା ପାଇଁ ପ୍ରତିଶ୍ରୁତି ପରେ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ରାଜି କରା ଯାଇପାରେ। ଯଦିଓ ଏପରି ଉଭୟ ପକ୍ଷ ସମାନ ସମ୍ମତି ଦେବାକୁ ଇଚ୍ଛା କରନ୍ତି ନାହିଁ। ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ଏପରି ପ୍ରୋତ୍ସାହନ ସମ୍ମତି ଲାଭ କରିପାରେ। ସଂପୃକ୍ତ ପକ୍ଷ ଏହା କରିପାରନ୍ତି।

ଅନ୍ୟପଟେ ଶାରୀରିକ ସମ୍ପର୍କ ରଖିବା ପାଇଁ ଶୋଷଣ କରିବା ଉଦ୍ଦେଶ୍ୟରେ ବିବାହ କରିବା ପାଇଁ ମଧ୍ୟ ମିଥ୍ୟା ପ୍ରତିଶ୍ରୁତି ସମ୍ମତି ଦେଇପାରେ। ଏଭଳି କ୍ଷେତ୍ରରେ ଧାରା ୩୭୫ ଅନୁଯାୟୀ ଦୁଷ୍କର୍ମ ଅପରାଧ ହୋଇପାରେ”।

କୋର୍ଟ ଆହୁରି କହିଛନ୍ତି ଯେ ଅନ୍ତରଙ୍ଗ ସମ୍ପର୍କରେ ଥିବା ଏକ ସମୟକୁ ସୂଚାଏ। ଏହି ସମୟରେ ଶାରୀରିକ ସମ୍ପର୍କ ଥିଲେ ଏହାକୁ ଅନିଚ୍ଛାକୃତ ଭାବରେ ମଧ୍ୟ ଗ୍ରହଣ କରାଯାଇପାରିବ। କାରଣ ଏହି କ୍ଷେତ୍ରରେ ସମ୍ପର୍କ ସୁରକ୍ଷିତ ହୁଏ ନାହିଁ। ଯଦି ବିବାହ ନାଁରେ ମିଛ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖାଯାଇଥିବ।

The post ‘ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସବୁବେଳେ ଦୁଷ୍କର୍ମ ନୁହେଁ’ appeared first on Odisha Reporter.



from Odisha Reporter https://ift.tt/34n1Bbf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages