ଗଡକରୀଙ୍କ ନୂଆ ପ୍ଲାନ୍, ଆଉ ଟୋଲ୍ ପ୍ଲାଜାରେ ଭିଡ ହେବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 17, 2020

ଗଡକରୀଙ୍କ ନୂଆ ପ୍ଲାନ୍, ଆଉ ଟୋଲ୍ ପ୍ଲାଜାରେ ଭିଡ ହେବନି

ନୂଆଦିଲ୍ଲୀ: ହାଇଓ୍ୱେ ବା ଜାତୀୟ ରାଜପଥରେ ଟୋଲ୍ ଗେଟ ବା ପ୍ଲାଜାରେ ରୋଡ୍ ଟ୍ୟାକ୍ସ ସଂଗ୍ରହ କରିବା ବେଳେ ଅନେକ ସମୟରେ ରାସ୍ତା ଜାମ୍ ରହିଥାଏ। ଯାହାକି ଯାତ୍ରୀଙ୍କ ପାଇଁ ସମସ୍ୟା ପାଲଟିଥାଏ। ଏବେ ଏହି ସମସ୍ୟାର ସମାଧାନ ପାଇଁ ନୀତିନ ଗଡ଼କରୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଜିପିଏସ୍ ଆଧାରିତ ଟେକ୍ନୋଲୋଜି ବିକଶିତ କରିଛି।

ଗଡକରୀ ଗୁରୁବାର କହିଛନ୍ତି ଯେ ସାରା ଦେଶରେ ଜାତୀୟ ରାଜପଥରେ ଟୋଲ୍ ସଂଗ୍ରହ ବେଳେ ଭିଡ କମାଇବା ପାଇଁ ଜିପିଏସ୍ ଅର୍ଥାତ୍ ଗ୍ଲୋବାଲ୍ ପୋଜିସନ୍ ସିଷ୍ଟମ୍ ଲାଗୁ କରିବେ ସରକାର। ଏଥିପାଇଁ ଯୋଜନା ପ୍ରସ୍ତୁତ ସରିଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାରା ଦେଶର ସମସ୍ତ ଜାତୀୟ ରାଜପଥରେ ଥିବା ଟୋଲ୍ ଗେଟ୍ ଏକ ପ୍ରକାର ମୁକ୍ତ ହୋଇଯିବ। ଅର୍ଥାତ୍ ଟୋଲ୍ ଗେଟ ରହିବନି ହେଲେ ସେହି ସ୍ଥାନ ଅତିକ୍ରମ କଲେ ଯାନରେ ଲାଗିଥିବା ଜିପିଏସ୍ ସୂଚନା ଦେବ। ଆଉ ଆପେ ଆପେ ଦେୟ କଟିଯିବ। ଆଉ ଏହି ଦେୟ ଟଙ୍କାକୁ ସରକାର ବ୍ୟାଙ୍କ ପାଖରୁ ନେବେ।

ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଟୋଲ୍ ସଂଗ୍ରହ ୩୪,୦୦୦ କୋଟିରେ ପହଞ୍ଚିବ ବୋଲି ସେ ଆଶା ରଖିଛନ୍ତି। ଟୋଲ୍ ସଂଗ୍ରହ ପାଇଁ ଜିପିଏସ ଟେକ୍ନୋଲୋଜିର ବ୍ୟବହାର ଦେଶର ରାଜସ୍ୱକୁ ବୃଦ୍ଧି କରିବ ବୋଲି ସେ କହିଛନ୍ତି। ଆଗାମୀ ୫ ବର୍ଷରେ ଟୋଲରୁ ଆୟ ୧,୩୪,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇପାରେ ବୋଲି ସେ କହିଛନ୍ତି।

ଏବେ କେନ୍ଦ୍ର ସରକାର ଦେଶର ସମସ୍ତ ଟୋଲ୍ ଗେଟରୁ ଭିଡ କମାଇବା ପାଇଁ ଫାଷ୍ଟ ଟ୍ୟାଗ୍ ବାଧ୍ୟତାମୂଳକ କରିଛନ୍ତି। ଫାଷ୍ଟ ଟ୍ୟାଗ ବ୍ୟବହାର ପରେ ଇନ୍ଧନ ବ୍ୟବହାର ଏବଂ ବାୟୁ ପ୍ରଦୂଷଣକୁ ହ୍ରାସ କରିବାରେ ସହାୟକ ହୋଇଛି। ଗତ କିଛି ମାସ ମଧ୍ୟରେ, ଟ୍ୟାଗରୁ ଅନେକ ଟଙ୍କା ଆଦାୟ ହୋଇଛି। ନଭେମ୍ବର ମାସର ରିପୋର୍ଟ ଅନୁଯାୟୀ, ଫାଷ୍ଟ ଟ୍ୟାଗ୍ ଏ ପର୍ଯ୍ୟନ୍ତ ମୋଟ ଟୋଲ୍ ସଂଗ୍ରହର ପ୍ରାୟ ଚତୁର୍ଥାଂଶ ଯୋଗଦାନ ଦେଇଛି। ଆସନ୍ତା ବର୍ଷରେ ସ୍ଥିତିରେ ଆହୁରି ଉନ୍ନତି ହେବ ବୋଲି ଆଶା ରଖିଛି ଏନଏଚଏଆଇ।

ଆସଚୋମ୍ (ASSOCHAM)ର ଏକ ସମାରୋହରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସମସ୍ତ କମର୍ସିଆଲ୍ ଗାଡ଼ିରେ ପ୍ରାୟ ଟ୍ରାକିଂ ବ୍ୟବସ୍ଥା ଲାଗି ସାରିଛି। ଏବେ ସରକାର ପୁରୁଣା ଗାଡିରେ ଜିପିଏସ୍ ସିଷ୍ଟମ ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ କରିବେ।

The post ଗଡକରୀଙ୍କ ନୂଆ ପ୍ଲାନ୍, ଆଉ ଟୋଲ୍ ପ୍ଲାଜାରେ ଭିଡ ହେବନି appeared first on Odisha Reporter.



from Odisha Reporter https://ift.tt/2WptStt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages