ଟେଲିଭିଜନ ଇଣ୍ଡଷ୍ଟ୍ରୀକୁ ଝଟକା, ଅଭିନେତ୍ରୀ ଦିବ୍ୟାଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ଟେଲିଭିଜନ ଇଣ୍ଡଷ୍ଟ୍ରୀକୁ ଝଟକା, ଅଭିନେତ୍ରୀ ଦିବ୍ୟାଙ୍କ ପରଲୋକ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ପରଲୋକ ହୋଇଯାଇଛି। କୋଭିଡି-୧୯ରେ ଆକ୍ରାନ୍ତ ହୋଇ ମୁମ୍ବାଇର ସେଭେନ୍ ହିଲ୍ସ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଦିବ୍ୟାଙ୍କର ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ହୋଇଥିଲା।

କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଯିବା ପରେ ଦିବ୍ୟାଙ୍କୁ ମୁମ୍ବାଇର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅମ୍ଳଜାନ ସ୍ତର ୭୧କୁ ଖସି ଆସିଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହା ସହିତ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ।

ଦିବ୍ୟାଙ୍କ ବନ୍ଧୁ ଯୁବରାଜ ରଘୁବଂଶୀ କହିଛନ୍ତି ଯେ ଆଜି ରାତି ୩ଟା ବେଳେ ଦିବ୍ୟାଙ୍କ ମୃତ୍ୟୁ ହୋଇଥିଲା। ଦିବ୍ୟାଙ୍କୁ ସେଭେନ୍ ହିଲ୍ସ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ରାତି ୨ଟାରେ ହଠାତ୍ ତାଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହୋଇଯାଇଥିଲା। ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏହା ପରେ ରାତି ୩ଟାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତରମାନେ ଘୋଷଣା କରିଥିଲେ।

ଯୁବରାଜଙ୍କ ଭଳି ଦିବ୍ୟାଙ୍କ ଅନ୍ୟଜଣେ ସାଙ୍ଗ ତଥା ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଜୀ ମଧ୍ୟ ତାଙ୍କ ମୃତ୍ୟୁ ଖବର ସୋଶାଲ୍ ମିଡିଆରେ ପୋଷ୍ଟ୍ କରିଥିଲେ ଏବଂ ଶୋକ ବ୍ୟକ୍ତ କରିଥିଲେ। ସେହିଭଳି ଅଭିନେତ୍ରୀ ଶିଳ୍ପା ଶିରୋଦକର ଟ୍ୱିଟ୍ କରି ଦିବ୍ୟାଙ୍କ ମୃତ୍ୟୁ ଖବର ପାଇ ଭାଙ୍ଗିପଡ଼ିଥିବା କହିଛନ୍ତି। ଏହାସହିତ ତାଙ୍କ ମୃତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ଦିବ୍ୟାଙ୍କ ବୈବାହିକ ଜୀବନ ଭଲ ନଥିଲା। ତେଣୁ ସେ ଚିନ୍ତାରେ ରହୁଥିଲେ ବୋଲି ତାଙ୍କ ମା’ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଗତ ବର୍ଷ ଡିସେମ୍ବରରେ ଦିବ୍ୟା ବିବାହ କରିଥିଲେ। ତାଙ୍କ ସ୍ୱାମୀଙ୍କ ନାଁ ଗଗନ। ସେ ବି ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରୀର ଏବଂ ଅନେକ ରିଅଲିଟି ଶୋ’ ସହିତ ଜଡ଼ିତ। ତେବେ ଦିବ୍ୟା ଏକୁଟିଆ ରହୁଥିଲେ। କାରଣ ଗଗନ ତାଙ୍କ ଜିନିଷପତ୍ର ନେଇ ଘର ଛାଡ଼ି ଚାଲିଯାଇଥିଲେ।

ସୂଚନାଯୋଗ୍ୟ, ‘ତେରା ୟାର ହୁଁ ମେଁ’, ‘ୟେ ରିସ୍ତା କ୍ୟା କେହଲାତା ହୈ’, ‘ସଂସ୍କାର’ ଓ ‘ସୱାଁରେ ସବ୍‌କେ ସପ୍‌ନେ… ପ୍ରୀତୋ’ ଭଳି ଧାରାବାହିକରେ ତାଙ୍କୁ ଦେଖିବାକୁ ମିଳିଥିଲା। ହସ୍‌ପିଟାଲ୍‌ରେ ଭର୍ତ୍ତି ହେବା ପୂର୍ବରୁ ଦିବ୍ୟା କମେଡି ଶୋ’ ‘ତେରା ୟାର ହୁଁ ମେଁ’ର ଶୁଟିଂ କରୁଥିଲେ।

 

The post ଟେଲିଭିଜନ ଇଣ୍ଡଷ୍ଟ୍ରୀକୁ ଝଟକା, ଅଭିନେତ୍ରୀ ଦିବ୍ୟାଙ୍କ ପରଲୋକ appeared first on Odisha Reporter.



from Odisha Reporter https://ift.tt/36Pg7dl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages