ଗୁଳି ବିନିମୟ ପରେ ଦିଲ୍ଲୀରୁ ଧରାପଡ଼ିଲେ ୫ ସନ୍ଦିଗ୍ଧ ଆତଙ୍କୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ଗୁଳି ବିନିମୟ ପରେ ଦିଲ୍ଲୀରୁ ଧରାପଡ଼ିଲେ ୫ ସନ୍ଦିଗ୍ଧ ଆତଙ୍କୀ

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ କରୁଥିବା ଆଉ ଏକ ଷଡ଼ଯନ୍ତ୍ର ଧରାପଡ଼ିଛି। ଆଜି ଦିଲ୍ଲୀ ପୁଲିସ୍‌ ସହ ଗୁଳି ବିନିମୟ ପରେ ଗିରଫ ହୋଇଥିବା ୫ ସନ୍ଦିଗ୍ଧ ଆତଙ୍କବାଦୀ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛନ୍ତି। ଆଇଏସଆଇ ନିର୍ଦ୍ଦେଶରେ ସେମାନେ ଦିଲ୍ଲୀରେ ପହଞ୍ଚିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି।

ଆଜି ସକାଳେ ୫ ଜଣ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଗୋଟିଏ କାର୍‌ରେ ଦିଲ୍ଲୀର ଶକରପୁର ଅଞ୍ଚଳରେ ବୁଲୁଥିଲେ। ପୁଲିସ୍‌ ଏମାନଙ୍କୁ ଧରିବାକୁ ଚେଷ୍ଟା କଲା ବେଳେ ସେମାନେ ଗୁଳିମାଡ଼ କରିଥିଲେ। ପୁଲିସ୍‌ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ସମସ୍ତଙ୍କୁ ପୁଲିସ୍‌ କାବୁ କରିବାରେ ସଫଳ ହୋଇଛି।


ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ କରାଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ପଞ୍ଜାବର ଓ ୩ ଜଣ କଶ୍ମୀରର ଯୁବକ ରହିଛନ୍ତି। ସେମାନଙ୍କ ନିକଟରୁ ଜମ୍ମୁ-କଶ୍ମୀରର ନମ୍ବର ଥିବା କାର ମଧ୍ୟ ଜବତ ହୋଇଛି। ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ପକ୍ଷରୁ କୁହାଯାଇଛି ଯେ ନାର୍କୋ ଟେରୋରିଜିମ ପାଇଁ ଆଇଏସଆଇ ଏମାନଙ୍କୁ ସହାୟତା କରୁଥିଲା। ତେବେ ଏହି ସଂଗଠନର ନାଁ ଜଣାପଡ଼ିନାହିଁ।

ସେହିପରି ଏହି ୫ ଯୁବକ କେବଳ ନିଶା କାରବାର କରିବାରେ ସାମିଲ ଥିଲେ ନାଁ କୌଣସି ବଡ଼ ଆକ୍ରମଣ ଯୋଜନାରେ ଦିଲ୍ଲୀକୁ ଆସିଥିଲେ, ତାହା ଜଣାପଡ଼ିନାହିଁ। ପୁଲିସ୍‌ ସମସ୍ତଙ୍କୁ ଗିରଫ କରି ଜେରା ଆରମ୍ଭ କରିଛି। ଘଟଣା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ବର୍ତ୍ତମାନ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଏଠାରେ ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହେବା ସମସ୍ତଙ୍କୁ ଚକିତ କରିଛି।

The post ଗୁଳି ବିନିମୟ ପରେ ଦିଲ୍ଲୀରୁ ଧରାପଡ଼ିଲେ ୫ ସନ୍ଦିଗ୍ଧ ଆତଙ୍କୀ appeared first on Odisha Reporter.



from Odisha Reporter https://ift.tt/2VIYjtZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages