ଛୋଟ ଭୁଲ‌‌ ପାଇଁ ଭିଡିଓ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ଛୋଟ ଭୁଲ‌‌ ପାଇଁ ଭିଡିଓ ଭାଇରାଲ୍

ମୁମ୍ବାଇ: ୨୦୧୭ରେ ମିସ୍ ୱାର୍ଲ୍ଡ ମୁକୁଟ ଜିତିଥିବା ମାନୁଷୀ ଚିଲ୍ଲରଙ୍କ ଏକ ଭିଡିଓ ଭାଇରାଲ ହେଉଛି। bollywoodpapର ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଏହାକୁ ପୋଷ୍ଟ କରାଯାଇଛି। ଏଥିରେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି। ସେ ଖୁବ୍ ତରତର ହୋଇଯାଉଥିବା ଦେଖିବାକୁ ମିଳିଛି। ତା’ଭିତରେ ସେ ଫ୍ୟାନ୍‌ମାନଙ୍କ ଉଦ୍ଦେଶ୍ୟରେ ହାତ ହଲାଇଛନ୍ତି। ଏୟାରପୋର୍ଟରେ ଉପସ୍ଥିତ ଫଟୋଗ୍ରାଫରମାନେ ତାଙ୍କୁ ବୋଧେ ଫଟୋ ପାଇଁ ଅଟକିବା ପାଇଁ ଅନୁରୋଧ କରୁଥିବା ଶୁଣିବାକୁ ମିଳୁଛି। ତେବେ ସେ ଆଦୌ ନଅଟକି ତରତର ହୋଇ ଚାଲିଯାଉଥିବା ଦେଖିବାକୁ ମିଳିଛି। ଆଉ ଏହି ତରତର ଭିତରେ ସେ ଗୋଟିଏ କାମ କରିବାକୁ ଭୁଲି ଯାଇଥିଲେ, ଯାହା କ୍ୟାମେରାରେ କଏଦ ହୋଇଯାଇଥିଲା ଏବଂ ଏବେ ଭାଇରାଲ ହେଉଛି।

ଏହି ଭିଡିଓରେ ମାନୁଷୀ ଜିନ୍ସ ପ୍ୟାଣ୍ଟ ସହିତ ଏକ କଳା ରଙ୍ଗର ଟି-ଶର୍ଟ ପିନ୍ଧିଛନ୍ତି। ଏଥିରେ ସେ ଖୁବ୍ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି। କିନ୍ତୁ ଟି-ଶର୍ଟରୁ ସେ ପ୍ରାଇସ୍-ଟ୍ୟାଗ୍‌ଟିକୁ ହଟାଇବାକୁ ଭୁଲି ଯାଇଥିଲେ। ପ୍ରାଇସ୍‌-ଟ୍ୟାଗ୍‌ଟି ତାଙ୍କ ପଛରେ ଝୁଲି ରହିଥିଲା ଓ ସ୍ପଷ୍ଟ ଭାବେ ଦେଖାଯାଉଥିଲା।

ସୋଶାଲ୍ ମିଡିଆରେ ଭିଡିଓଟି ଦେଖିବା ପରେ ୟୁଜରମାନେ ମାନୁଷୀଙ୍କୁ ବିଭିନ୍ନ ପ୍ରକାର କଥା ଲେଖି ଟ୍ରୋଲ୍ କରିଛନ୍ତି। ଜଣେ ଲେଖିଛନ୍ତି, ବିନା ଟ୍ୟାଗ୍‌ରେ ଏକ୍ସଚେଞ୍ଜ ସୁବିଧା ନାହିଁ। ଆଉ ଜଣେ ଲେଖିଛନ୍ତି, ୩୦ ଦିନିଆ ଫେରସ୍ତ ଅଫର ଅଛି ବୋଧହୁଏ। ତେବେ ସମସ୍ତ ୟୁଜର ତାଙ୍କୁ ଟ୍ରୋଲ୍ କରି ନାହାନ୍ତି। ତେବେ ଅନେକ ମାନୁଷୀଙ୍କ ସମର୍ଥନରେ ବାହାରିଛନ୍ତି। ବେଳେବେଳେ ଏମିତି ହୋଇଯାଏ। ତେଣୁ ଏହାକୁ ନେଇ ତାଙ୍କ ବିଷୟରେ ଫାଲତୁ ପ୍ରତିକ୍ରିୟା ଦେବା ଉଚିତ୍ ନୁହେଁ ବୋଲି ସେମାନେ ଲେଖିଛନ୍ତି।

 

View this post on Instagram

 

A post shared by Bollywood Pap (@bollywoodpap)


ସୂଚନାଯୋଗ୍ୟ, ମାନୁଷୀଙ୍କ ପ୍ରଥମ ବଲିଉଡ୍ ଫିଲ୍ମ ‘ପୃଥ୍ୱୀରାଜ’ ଚଳିତ ବର୍ଷ ଦୀପାବଳି ଅବସରରେ ରିଲିଜ୍ ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହା ରିଲିଜ୍ ହୋଇପାରିନାହିଁ। ଆସନ୍ତାବର୍ଷ ଏହା ରିଲିଜ୍ ହୋଇପାରେ। ଏହା ବ୍ୟତୀତ ବିବେକ କୌଶଲଙ୍କ ବିପକ୍ଷରେ ଏକ କମେଡି ଫିଲ୍ମ ପାଇଁ ତାଙ୍କୁ ନିଆଯାଇଛି। ୟଶରାଜ ଫିଲ୍ମସ ଏହାକୁ ତିଆରି କରୁଛି। ତେବେ ଫିଲ୍ମଟିର ନାଁ ଜଣାପଡ଼ିନି।

The post ଛୋଟ ଭୁଲ‌‌ ପାଇଁ ଭିଡିଓ ଭାଇରାଲ୍ appeared first on Odisha Reporter.



from Odisha Reporter https://ift.tt/3qwBPe1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages