କ୍ୟାନସର୍ ରୋଗୀଙ୍କ ପାଇଁ ଲଣ୍ଡା ହେଲେ ଶୃତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 15, 2020

କ୍ୟାନସର୍ ରୋଗୀଙ୍କ ପାଇଁ ଲଣ୍ଡା ହେଲେ ଶୃତି

ବାରିପଦା (ମାଣିକ ଲାଲ ପାଣି): ଜଣେ ମହିଳାଙ୍କ ପାଇଁ ତାଙ୍କ କେଶ ସବୁକିଛି ହୋଇଥାଏ। ମହିଳାଙ୍କ ପାଇଁ କେଶ ହିଁ ତାଙ୍କର ସୌନ୍ଦର୍ଯ୍ୟତାର ଅନ୍ୟତମ ରହସ୍ୟ। ଭାବନ୍ତୁ ଯଦି ମହିଳାଙ୍କ ମୁଣ୍ଡରେ କେଶ ରହିବନି, ତାହେଲେ କ’ଣ ହେବ? କିନ୍ତୁ ଆଜି ଆମେ ଏମିତି ଜଣେ ଯୁବତୀଙ୍କ କଥା କହିବୁ, ଯିଏ ଲଣ୍ଡା ହୋଇ ନିଜ କେଶକୁ ଏକ ମହତ କାମ ପାଇଁ ଦାନ କରିଛନ୍ତି। ଏହି ମହତ ପାଇଁ ତାଙ୍କୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ।

ଆମେ କହୁଛୁ ବାରିପଦା ଏମପିସି ଅଟୋନମସ କଲେଜର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ଶୃତି ସ୍ୱପ୍ନା ମାଇତିଙ୍କ କଥା। ଶୃତି କ୍ୟାନସର୍ ରୋଗୀଙ୍କ ପାଇଁ ନିଜର ସୁନ୍ଦର କେଶଗୁଡ଼ିକୁ ଦାନ କରିଛନ୍ତି। ଏଥିରେ ତାଙ୍କର ମନୋବଳ ଭାଙ୍ଗିବା ବଦଳରେ ବରଂ ବଢ଼ିଛି। ନିଜର ଏହି କେଶ ଦାନ କରିବା ପରେ ସେ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି।

ସାଧାରଣତଃ କ୍ୟାନସର୍ ରୋଗୀମାନେ କେମୋ ଥେରାପି ବେଳେ ନିଜର କେଶ ହରାଇ ବସନ୍ତି। ଏହି କଥାକୁ ମନରେ ରଖି ଶୃତି ନିଜର କେଶ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେଶ ବିହିନ ଚେହେରାକୁ ନେଇ ସେ କେବେ ବି ଦୁଃଖ କରିନାହାନ୍ତି ଶୃତି, କାହିଁକିନା ସେ ଏଭଳି ଉଦ୍ଦେଶ୍ୟ ନେଇ କରିଛନ୍ତି ଯାହାକୁ ନେଇ ସେ ନିଜେ ଉତ୍ସାହିତ ଓ ପରିବାର ବି ଗର୍ବିତ।

୨୦ ବର୍ଷୀୟା ସ୍ୱପ୍ନା ଏମପିସି ଅଟୋନମସ କଲେଜର +୩ ଶେଷ ବର୍ଷର ଛାତ୍ରୀ ଥିବା ବେଳେ ସେ ଏନଏସଏସ୍ ପ୍ରତି ମନ ବଳାଇ ଥିଲେ। ସେ ଏନଏସଏସର ସର୍ବଭାରତୀୟ ସ୍ତରରେ ବିଭିନ୍ନ କ୍ୟାମ୍ପରେ ଯୋଗଦେବା ସହ ଜାତୀୟ ସ୍ତରୀୟ ପରେଡରେ ମଧ୍ୟ ଭାଗ ନେଇ ଅନେକ ମେଡାଲ୍ ହାସଲ କରିଛନ୍ତି। ଶୃତି ପୂର୍ବରୁ ନିଜର ଆଖି ଦାନ ପାଇଁ ଲେଖି ସାରିଥିବା ବେଳେ ଆଗକୁ ଅଙ୍ଗ ଦାନ ପାଇଁ ମଧ୍ୟ ମୋନ ବଳାଇଛନ୍ତି। ଶୃତି ଛୁଆ ବେଳୁ ନିଜ ଅଜା ଆଇଙ୍କ ଘରେ ରହି ବଡ଼ ହୋଇଥିବା ବେଳେ ତାଙ୍କର ଏହିଭଳି କାର୍ଯ୍ୟ ପାଇଁ ଅଜା ଆଇ ଏବଂ ସାଙ୍ଗ ସାଥି ମଧ୍ୟ ବେସ ଖୁସି।

The post କ୍ୟାନସର୍ ରୋଗୀଙ୍କ ପାଇଁ ଲଣ୍ଡା ହେଲେ ଶୃତି appeared first on Odisha Reporter.



from Odisha Reporter https://ift.tt/2KcgN3U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages