ରାଜ୍ୟରେ ଆଖି ବୁଜିଲେ ୭ କରୋନା ଆକ୍ରାନ୍ତ, କଟକରୁ କେବଳ ୩ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ରାଜ୍ୟରେ ଆଖି ବୁଜିଲେ ୭ କରୋନା ଆକ୍ରାନ୍ତ, କଟକରୁ କେବଳ ୩

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାଜନିତ ମୃତ୍ୟୁ ଗ୍ରାଫ୍‌ କ୍ରମାଗତ ଭାବେ କମିବା ପରେ ଆଜି ଏହା ସାମାନ୍ୟ ଉପରମୁହାଁ ହୋଇଥିବା ଜଣାଯାଇଛି। ଗତକାଲି ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୭ ରହିଛି।   ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।   ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୭୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

୭ ମୃତକ ପୁରୁଷ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ  କଟକରେ କେବଳ ୩ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ପୁରୀ, ସୁନ୍ଦରଗଡ଼, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

କଟକରେ ଆଖି ବୁଜିଥିବା ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୭୪ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ୬୪ ବର୍ଷୀୟ ବୃଦ୍ଧ ବୋଲି ଜଣାପଡ଼ିଛି।

ଏହାବ୍ୟତୀତ ପୁରୀରୁ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସମେତ, ସୁନ୍ଦରଗଡ଼ ଜିଲ୍ଲାରୁ  ୬୩ ବର୍ଷ ବୟସ୍କ ବୃଦ୍ଧ . ଜଗତସିଂହପୁର ଜିଲ୍ଲାରୁ  ୫୯ ବର୍ଷ ବୟସ୍କ ବ୍ୟକ୍ତି ଓ  ବାଲେଶ୍ୱର ଜିଲ୍ଲାରୁ  ଜଣେ  ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

The post ରାଜ୍ୟରେ ଆଖି ବୁଜିଲେ ୭ କରୋନା ଆକ୍ରାନ୍ତ, କଟକରୁ କେବଳ ୩ appeared first on Odisha Reporter.



from Odisha Reporter https://ift.tt/2IoZXOC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages