ଲୋକାୟୁକ୍ତରେ ହାଜର ହେଲେ IAS ହେମନ୍ତ ଶର୍ମା, ଯାମିନୀ ଷଡ଼ଙ୍ଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ଲୋକାୟୁକ୍ତରେ ହାଜର ହେଲେ IAS ହେମନ୍ତ ଶର୍ମା, ଯାମିନୀ ଷଡ଼ଙ୍ଗୀ

ଭୁବେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ପୁଣି ଲୋକାୟୁକ୍ତରେ ହାଜର ହେଲେ IAS ହେମନ୍ତ ଶର୍ମା । ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ମଧ୍ୟ ହାଜର ହୋଇଛନ୍ତି । ଆଜି ଏହି ଦୁର୍ନୀତି ଅଭିଯୋଗ ମାମଲାର ଚୂଡ଼ାନ୍ତ ଶୁଣାଣି ହେବାର ସମ୍ଭାବନା ରହିଛି।

IAS ହେମନ୍ତ ଶର୍ମା ପ୍ରାକ୍ତନ କ୍ରୟ କମିଟିର ମୁଖ୍ୟ ଥିଲେ । ଉଭୟ ଅଧିକାରୀ  ପୂର୍ବରୁ ମଧ୍ୟ ଲୋକାୟୁକ୍ତରେ ହାଜର ହୋଇଥିଲେ । ପିପିଇ କିଟ୍ ଦୁର୍ନୀତି ନେଇ ସୁଦର୍ଶନ ଦାସ ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ,  ଗତ ୨୩ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ପାଇଁ ଲୋକାୟୁକ୍ତ କହିଥିଲେ। ତେବେ ମୁଖ୍ୟ ଶାସନ ସଚିବ ଏକ ଚିଠି ମାଧ୍ୟମରେ  କୋଭିଡ୍ ମହାମାରୀ ସମୟରେ କେଉଁ କେଉଁ ଅଧିକାରୀଙ୍କୁ କଣ ଦାୟିତ୍ୱ ଦିଆଯାଇଥିଲା, ସେସବୁର ଉତ୍ତର  ରଖିଥିଲେ।

ହେମନ୍ତ ଶର୍ମାଙ୍କୁ ନିଜ ଦାୟିତ୍ୱରୁ କାହିଁକି ଅବ୍ୟାହତି ଦିଆଯାଇଥିଲା, ସେ ସମ୍ପର୍କରେ ମଧ୍ୟ ମୁଖ୍ୟ ଶାସନ ସଚିବ ଉତ୍ତର ରଖିଥିଲେ। ହେମନ୍ତ ଶର୍ମାଙ୍କୁ ନିଜ ଦାୟିତ୍ୱ ସହ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ତେଣୁ ତାଙ୍କ କାର୍ଯ୍ୟଭାର ବଢିବାରୁ ତାଙ୍କୁ ଅବ୍ୟାହତି ଦିଆଯାଇଥିଲା ବୋଲି ଚିଠି ମାଧ୍ୟମରେ ଜଣାଇଥିଲେ ମୁଖ୍ୟ ଶାସନ ସଚିବ। କିନ୍ତୁ ସଂପୂର୍ଣ୍ଣ ତଥ୍ୟ ଦିଆଯାଇ ନ ଥିବାରୁ  କ୍ଷୋଭ ପ୍ରକାଶ କରିଥିଲେ ଲୋକାୟୁକ୍ତ।

ଏହାପରେ ଆଜି ଏହି ଦୁର୍ନୀତି ମାମଲାର ଶୁଣାଣି ହେଉଥିବା ବେଳେ ଚୁଡାନ୍ତ ଶୁଣାଣି ହୋଇପାରେ ବୋଲି ଆଲୋଚନା ହେଉଛି।

The post ଲୋକାୟୁକ୍ତରେ ହାଜର ହେଲେ IAS ହେମନ୍ତ ଶର୍ମା, ଯାମିନୀ ଷଡ଼ଙ୍ଗୀ appeared first on Odisha Reporter.



from Odisha Reporter https://ift.tt/3qAVREk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages